Only for Entertainment

କିନ୍ନରଙ୍କ ସହିତ ଜଡ଼ିତ କିଛି ଗୁପ୍ତ କଥା । ଯାହା ଆପଣ ମଧ୍ୟ ଜାଣି ନଥିବେ ।

national voice.in
0 106

ଭାରତରେ କିନ୍ନରଙ୍କ ଇତିହାସ ୪ ହଜାର ବର୍ଷ ପୁରୁଣା । ଏହା ସତ୍ତେ୍ୱ ସେମାନଙ୍କୁ ସମାଜରେ ଅନ୍ୟ ମାନଙ୍କ ପରି ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରି ନାହିଁ । ଆଜି ପର୍ଯ୍ୟନ୍ତ ସେ ସମସ୍ତ କଥା ଆମ ନିକଟରେ ପହଂଚି ପାରିନାହିଁ ଯାହା ସେମାନଙ୍କ ଜୀବନ ସହିତ ସିଧାସଳଖ ଜଡ଼ିତ । ଯେପରି ସେମାନଙ୍କର ପରମ୍ପରା ହିନ୍ଦୁ ଧର୍ମ ହୋଇଥାଏ, କିନ୍ତୁ ସେମାନଙ୍କ ଗୁରୁ ହେଉଛନ୍ତି ମୁସଲମାନ । ବିଶେଷ କରି ଭାରତରେ ଅଧିକାଂଶ କିନ୍ନରଙ୍କ ପରମ୍ପରା ହିନ୍ଦୁ ଧର୍ମର କିନ୍ତୁ ସେମାନଙ୍କ ଗୁରୁଙ୍କ କଥା ଆଲୋଚନା କରାଯାଏ ତ ସେ ହେଉଛନ୍ତି ମୁସଲମାନ । ଏହିଭଳି ଆଉ କିଛି ଅଜଣା କଥା ରହିଛି ଯାହାକୁ ଖୁବ କମ ଲୋକ ଜାଣନ୍ତି ।

 

କିନ୍ନର ସମାଜରେ ନୂଆ କିନ୍ନରଙ୍କୁ ଖୁବ ଜୋରଦାରରେ ସ୍ୱାଗତ କରାଯାଏ । ନାଚ ଓ ଗୀତ ସହିତ ବିଭିନ୍ନ ପ୍ରକାରର ବ୍ୟଂଜନର ବ୍ୟବସ୍ଥା ମଧ୍ୟ କରାଯାଏ ।

କିନ୍ନରଙ୍କର ମଧ୍ୟ ବିବାହ ହୋଇଥାଏ ଏହା କେହି ମଧ୍ୟ ଜାଣି ନଥିବେ । କାରଣ ଏହା ବର୍ଷକୁ ଥରେ ମାତ୍ର ହୋଇଥାଏ,ତାହା ପୁଣି ସେମାନଙ୍କ ଭଗବାନ ଅରାବନଙ୍କ ସହିତ । ଏହି ବିବାହ ଗୋଟିଏ ଦିନ ପାଇଁ ଗ୍ରହଣ କରାଯାଏ ।

ଦେଖାଯାଏ ତ ସେମାନେ ବାହାରୁ ଖୁବ ଖୁସି ଥିବା ଜଣାପଡ଼ନ୍ତି । କିନ୍ତୁ ଆସନ୍ତା ଜନ୍ମରେ ଏଭଳି ନ ହେଉ ବୋଲି ସେ ପ୍ରାର୍ଥନା କରନ୍ତି । ସେଥିପାଇଁ ସେ ମା ବରୁଚାଙ୍କୁ ପୂଜା କରି କ୍ଷମା ମାଗନ୍ତି । ସେମାନେ ପ୍ରାର୍ଥନା କରନ୍ତିଯେ ଆଗାମୀ ଜନ୍ମରେ ତାଙ୍କୁ କିନ୍ନର ସମାଜଙ୍କୁ ନ ପଠାନ୍ତୁ ।

ପତ୍ୟେକ କିନ୍ନରଙ୍କର କେହି ମଧ୍ୟ ଗୁରୁ ଥାଆନ୍ତି । ସେ ତାଙ୍କ ବିଷୟରେ ସବୁ କିଛି ଜାଣିଥାନ୍ତି । କୁହାଯାଏଯେ ସେହି ଶିଷ୍ୟର ମୃତ୍ୟୁ ଦିନ କଥା ମଧ୍ୟ ସେ ଜାଣିଥାଆନ୍ତି । ତେବେ ଏହା କେତେ ଦୂର ସତ ତାହା କହି ହେବ ନାହିଁ । ଶିଷ୍ୟର ମୃତ୍ୟୁ ସେହି ଗୁରୁ ଜାଣିଥାଆନ୍ତି ଯିଏ ନିଜେ କିନ୍ନରଙ୍କ ଭଳି ଜନ୍ମ ହୋଇଥାନ୍ତି ।

 

ଅଧିକାଂଶ ଲୋକ କିନ୍ନରଙ୍କୁ ଅଣଦେଖା କରନ୍ତି ଏହା ମଧ୍ୟ ଇତିିହାସରେ ବର୍ଣ୍ଣିତ । କିନ୍ତୁ ଏହା ସହିତ ଜଡ଼ିତ ଗୋଲଡେନ ଏରା ବିଷୟରେ ଖୁବ କମ ଲୋକ ଜାଣନ୍ତି । ବାସ୍ତବରେ ମୁଗଲ ସାମ୍ରାଜ୍ୟରେ କିନ୍ନରଙ୍କୁ ପ୍ରଥମେ ଗୁରୁତ୍ୱ ଦିଆ ଯାଇଥିଲା । ମହିଳାଙ୍କ ରକ୍ଷା ପାଇଁ ସେମାନଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା । ଏହା ମଧ୍ୟ କୁହାଯାଏଯେ ସେମାନେ ପୁରୁଷଙ୍କ ଭଳି ବଳବାନ ହୋଇଥାନ୍ତି । ମୁଗଲ ରାଜା କେବଳ ରାଣୀଙ୍କ ରକ୍ଷା କାର୍ଯ୍ୟ ପାଇଁ ନୁହେଁ ବରଂ ଅନ୍ୟ କାର୍ଯ୍ୟ ପାଇଁ ସେମାନଙ୍କୁ ଜେନେରାଲ ମଧ୍ୟ କରିଥିଲେ । ତେବେ ସର୍ବ ପ୍ରଥମେ ମୁଗଲମାନେ କିନ୍ନରଙ୍କୁ ବହୁ ସମ୍ମାନ ଦେଉଥିଲେ ।

କୁହାଯାଏ ବର୍ଷକୁ ଥରେ ମାତ୍ର ଭାରତର ପ୍ରତ୍ୟକ କିନ୍ନର ମାଡ୍ରାସରୁ ୨୦୦ ମାଇଲ ଦୂର କୁବଗମ ଗାଁରେ ଏକାଠି ହୋଇଥାନ୍ତି ଓ ପର୍ବ ପାଳନ କରନ୍ତି । ସେମାନଙ୍କୁ ଭଗବାନ ବ୍ରହ୍ମାଙ୍କର ଛାୟା ଭାବେ ଗ୍ରହଣ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More