Only for Entertainment

କପୁର ପରିବାରକୁ ସାମ୍ନା କରିବାକୁ ଡରୁଛନ୍ତି ଏହି ନିର୍ଦ୍ଦେଶକ, ଜାଣନ୍ତୁ କାହିଁକି ।

india.today
0 30

ବଲିଉଡ ଜଗତରେ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ । ଏହା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ କିଛି ବଡ କଥା ନୁହେଁ ବରଂ ସାଧାରଣ କଥା । ହେଲେ କପୁର ପରିବାରରେ ଏପରି କିଛି ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତୁ ଜାଣିବା ଏହି ବିଷୟରେ କିଛି ତଥ୍ୟ ।

ସେଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଅଭିଷେକ କପୁରଙ୍କ ଫିଲ୍ମ “କେଦାରନାଥ“ ସୁଂଟିର ଖବର ସାଧାରଣ ହୋଇଯାଇଥିବା ବେଳେ, ନିର୍ଦ୍ଦେଶକ ଅଭିଷେକ କପୁର ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଖବର ମୁତାବକ ଫିଲ୍ମ ନିର୍ଦେଶକ ଅଭିଷେକ କପୁର ଏବେ କପୁର ପରିବାରର ସାମ୍ନା କରିବାକୁ ପଛଘୁଂଚା ଦେଉଛନ୍ତି । ଫିଲ୍ମ ସୁଂଟି ଅଚାନକ ବନ୍ଦ କରି ଦିଆଯାଇଥିବାରୁ ସାରା ଅଲି ଖାନଙ୍କ ମା ଅମୃତା ସିଂ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଥିଲେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ତେବେ ସୈଫ ମଧ୍ୟ ଅଭିଷେକଙ୍କ ଉପରେ ରାଗିଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁସାରେ ଏବେ ଫିଲ୍ମର ସୁଟିଂ ବନ୍ଦ କରିଦିଆଯିବ । ଏବେ ଏହି ମାମଲା କୋର୍ଟରେ ପହଂଚିଛି ଏବଂ ସାରା ଅଲି ଖାନଙ୍କ କ୍ୟାରିଅର ଅନ୍ଧାର ମଧ୍ୟକୁ ଚାଲି ଯାଇଛି । ଫିଲ୍ମ ନିର୍ମାତାଙ୍କ ଯାହାବି ଲାଭ କ୍ଷତି ହେଉ ନା କାହିଁକି, ହେଲେ ବଲିଉଡ ଜଗତରେ ପ୍ରଥମ କରି ପାଦ ଦେବାକୁ ଯାଉଥିବା ସାରା ଅଲି ଖାନଙ୍କ ପାଇଁ ଏହା ଏକ ବଡ ଝଟକା ଭାବେ ପ୍ରମାଣିତ ହୋଇପାରେ । ପ୍ରଥମେ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ପରେ ଏହା ଆଇନ କାନୁନ ମଧ୍ୟରେ ଫସିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More