Only for Entertainment

ସିକ୍ରେଟ ସୁପରଷ୍ଟାର ଗାୟିକା ମେଘନା ମିଶ୍ରା ଖୋଲିଲେ ଆମୀର ଖାନଙ୍କ ରାଜ୍‌ !

bollyworm
0 43

ଇଣ୍ଡିଆ ଟୁଡ଼େ ଉମେନ୍‌ ସମିଟ୍‌ ଆଣ୍ଡ ଆଓ୍ଵାର୍ଡ଼ସରେ ଅସଲ ସିକ୍ରେଟ୍‌ ସୁପରଷ୍ଟାର ତଥା ଗାୟିକା ମେଘନା ମିଶ୍ରା ସାମିଲ ହୋଇଥିଲେ । ଫିଲ୍ମ ସିକ୍ରେଟ୍‌ ସୁପରଷ୍ଟାରରେ ଜାଇରାଙ୍କ ପାଇଁ ନିଜ ସ୍ୱର ଦେଇଥିଲେ ମେଘନା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ତାଙ୍କର ଫିଲ୍ମ ଜୀବନ ସହ ଜଡ଼ିତ ଅନେକ ରହସ୍ୟର ଖୁଲାସା କରିଥିଲେ । ତାଙ୍କୁ ଏହି ଫିଲ୍ମରେ କିପରି ସୁଯୋଗ ମିଳିଥିଲା ତାହା ଜଣାଇବା ସହ ଅଭିନେତା ଆମୀର ଖାନ୍‌ ତାଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ ବୋଲି କହିଛନ୍ତି । ତାଙ୍କ ସହ ଅଭିନେତ୍ରୀ ଜାଇରା ଓ୍ଵାସିମ୍‌ଙ୍କୁ ମଧ୍ୟ ବନ୍ଦ ରଖା ଯାଇଥିବା ସେ ପ୍ରକାଶ କରିଛନ୍ତି ।

ମେଘନାଙ୍କ କହିବା ଅନୁଯାୟୀ, ଆମୀର ସାର୍‌ ନିଜ କାମକୁ ନେଇ ବହୁତ ଗମ୍ଭୀର । ପ୍ରତିଟି ଦୃଶ୍ୟକୁ ସେ ଜୀବନ୍ତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି । ଫିଲ୍ମରେ ଥିବା ଗୀତ ‘ନଚ୍‌ଦି ଫିରା’ ଏବଂ ‘ମେ କୌନ୍‌ ହୁଁ’ ରେକର୍ଡ଼ କରାଯିବା ପୂର୍ବରୁ ମୋତେ ଏବଂ ଜାଇରାଙ୍କୁ ଗୋଟିଏ ଘରେ ବନ୍ଦ କରି ଦିଆଯାଇଥିଲା । ଆମୀର ସାର୍‌ ଆମକୁ ଏକ ସପ୍ତାହ ସମୟ ଦେଇଥିବା ବେଳେ ପରଦାରେ ଯେମିତି ଜାଇରା ନିଜେ ଗୀତ ଗାଉଛନ୍ତି ବୋଲି ସମସ୍ତେ ଭାବନ୍ତୁ ସେଥିପାଇଁ ଆମକୁ ସପ୍ତାହେ ମଧ୍ୟରେ ପୂର୍ବାଭ୍ୟାସ କରିବାକୁ କୁହାଯାଇଥିଲା । ସପ୍ତାହେ ସମୟ ଦିଆଯାଇଥିବା ବେଳେ ଜାଇରା ୪ ଦିନ ମଧ୍ୟରେ ତାହା କରି ଦେଖାଇଥିଲେ ବୋଲି ମେଘନା କହିଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More