Only for Entertainment

କିପରି ରଖିବେ ନିଜ ପାର୍ଟନରଙ୍କୁ ଖୁସି, ଆପଣାନ୍ତୁ ଏହି ସରଳ ଟିପ୍ସ

uprint.id
0 113

ବର୍ତ୍ତମାନର କାର୍ଯ୍ୟବ୍ୟସ୍ତ ଜୀବନଶୈଳୀରେ ନିଜ ଜୀବନସାଥୀ ପାଇଁ ସମୟ ବାହାର କରିବା ଅଧିକ କଷ୍ଟ ହୋଇପଡିଛି । ବିବାହିତା ଯୋଡି ଅତିକମରେ ରାତିରେ ସମୟ ବିତାଇପାରୁଛନ୍ତି । କିନ୍ତୁ କାର୍ଯ୍ୟବ୍ୟସ୍ତତା ଯେଗୁଁ ଅବିବାହିତା ଯୋଡିଙ୍କ ପାଇଁ ଏକା ସାଙ୍ଗରେ ସମୟ ବିତାଇବା ସମ୍ଭବପର ହୋଇନଥାଏ । ଯେଉଁମାନେ ବିବାହ କରିନାହାନ୍ତି ସେପରି ଯୋଡି କ’ଣ କରିବେ କିପରି ନିଜ ସାଥୀଙ୍କୁ ଖୁସି କରିବେ ? ଏପରି ସମୟରେ ପାର୍ଟନରଙ୍କୁ ସ୍ପେଶାଲ ଅନୁଭବ କରିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ…

  • ୨ ସେକେଣ୍ଡ କଲ-
    ଲମ୍ବା ସମୟ କଥା ହେବା ପାଇଁ ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଆପଣ ପୁରା ଦିନରେ ୨-୩ ଥର କିଛି ସମୟ ପାଇଁ କଥା ହୁଅନ୍ତୁ । ଏହି ସ୍ୱଳ୍ପ ସମୟ ମଧ୍ୟରେ ଆପଣ ନିଜ ସାଥୀକୁ ଆଇ ଲଭ ୟୁ, ମିସ ୟୁ ବା ନିଜ ସାଥୀଙ୍କୁ ଯାହା ପସନ୍ଦ ତାହା କହିପାରିବେ ।
  • ଫୋନ ସେଲିବ୍ରେସନ-
    ଯଦି ଆପଣଙ୍କ ପାର୍ଟନର ସ୍ପେଶାଲ ଡେଟ ବିଷୟରେ ଭୁଲି ଯାଆନ୍ତି ତେବେ ଆପଣ ସେହି ଡେ କୁ ଭୁଲନ୍ତୁ ନାହିଁ । ଏକା ସହୁିତ ସେଲିବ୍ରେସନ କରିନପାରିଲେ ଫୋନ ମାଧ୍ୟମରେ ସେଲିବ୍ରେଟ କରନ୍ତୁ । ଭିଡିଓ କଲିଙ୍ଗ କରନ୍ତୁ । ଏହା କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିବ ।
  • ଆନିଭର୍ସରୀ ପାଳନ କରନ୍ତୁ-
    କେବେ ଦେଖା କରିଥିଲେ । କେଉଁଠି ଦେଖା କରିଥିଲେ ଯଦି ଭୁଲି ଯାଇଥିବେ ତାହା ବିଷୟରେ ଚିନ୍ତା କରନ୍ତୁ ନାହିଁ କିନ୍ତୁ ଆନିଭର୍ସରୀକୁ କେବେ ହେଲେ ଭୁଲନ୍ତୁ ନାହିଁ । କାରଣ ଏହା ଆପଣଙ୍କ ସମ୍ପର୍କର ଏକ ମୁଖ୍ୟ ଦିନ । ଏହା ଭୁଲିବା ଫଳରେ ଆପଣଙ୍କ ମଧ୍ୟରେ ଅଜଥାରେ ମନୋମାଳୀନ୍ୟ ଦେଖାଦେବ ।
  • ପରିବାରର ଯତ୍ନ ନିଅନ୍ତି-
    ବିବାହ ପରେ ପ୍ରତ୍ୟେକ ବ୍ୟକ୍ତି ନିଜ ପାର୍ଟନରର ପରିବାର ଯତ୍ନ ନେଇଥାନ୍ତି । କିନ୍ତୁ ବିବାହ ପୂର୍ବରୁ ନିଜ ସାଥୀର ପରିବାରର ଯତ୍ନ ନିଅନ୍ତୁ । କଥା ହେବା ସମୟରେ ପରିବାରର ହାଲଚାଲ ପଚାରି ବୁଝନ୍ତୁ ।
  • ଉପହାର ଦିଅନ୍ତୁ-
    ଆଜିକାଲି ସବୁକିଛି ଅନଲାଇନରେ ଉପଲବ୍ଧ ହେଉଛି । ଏଥିପାଇଁ ଆପଣଙ୍କୁ ସମୟ ବାହାର କରି ବଜାରକୁ ଯିବାକୁ ମଧ୍ୟ ପଡିବ ନାହିଁ । ତେଣୁ ନିଜ ସାଥୀଙ୍କୁ ଉପହାର ଦେବା ପାଇଁ ମଉକା ଦେଖନ୍ତୁ ନାହିଁ । ଉପହାର ଦେଇ ଆପଣ ତାଙ୍କୁ ଆଶ୍ଚର୍ଯ୍ୟ କରିପାରିବେ । ଆନିଭର୍ସରୀ ଓ ସ୍ପେଶାଲ ଡେଟରେ ଉପହାର ଦେବାକୁ ଭୁଲନ୍ତୁ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More