Only for Entertainment

ରିଲିଜ ହେଲା ରିଚା ଚଡ୍ଢା ଏବଂ ଅକ୍ଷୟ ଖନ୍ନା ଷ୍ଟାରର ଫିଲ୍ମ ‘ସେକ୍ସନ ୩୭୫’ର ଜବରଦସ୍ତ ଟିଜର, ଦେଖନ୍ତୁ !

70

ଓଁକାର, ଦୃଶ୍ୟମ ଏବଂ ରେଡ ଭଳି ଦମଦାର ଫିଲ୍ମ ବନାଇଥିବା ଫିଲ୍ମ ନିର୍ମାତା ପୁଣି ଏକ ମଜଭୂତ କାହାଣୀକୁ ନେଇ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଫିଲ୍ମର ନାଁ ରହିଛି ସେକ୍ସନ ୩୭୫ । ଏହି ଫିଲ୍ମର ଟିଜର ଗୁରୁବାର ଅର୍ଥାତ ଆଜି ରିଲିଜ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ ଖନ୍ନା ଏବଂ ରିଚା ଚଡ୍ଢା ନଜର ଆସିବେ ।

ସେକ୍ସନ ୩୭୫ ଫିଲ୍ମ ସମାଜର କଡା ତଥା ସତ ଘଟଣାକୁ ନେଇ ଆଧାରିତ । ଫିଲ୍ମରେ ଅକ୍ଷୟ ଖନ୍ନା ଏବଂ ରିଚା ଚଡ୍ଢା ମୁଖ୍ୟ ଓଳିଲ ଭୂମିକାରେ ଦେଖିବାକୁ ମିଳିଛନ୍ତି । ତେବେ ଫିଲ୍ମର ନାଁ’କୁ ନେଇ ସ୍ପଷ୍ଟ ହୋଇଛି ଯେ ଏହା କୌଣସି ଭାରତୀୟ ଦଣ୍ଡ ବିଧାନ ଧାରାକୁ ନେଇ ଆଧାରିତ । ଫିଲ୍ମ ଟିଜର ଆରମ୍ଭରେ ଭାରତରେ ହେଉଥିବା ଦୁଷ୍କର୍ମକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାରେ ରଖାଯାଇଛି ।


ସେକ୍ସନ ୩୭୫ ଫିଲ୍ମ ଚଳିତ ବର୍ଷ ୧୩ଡିସେମ୍ବରରେ ରିଲିଜ ହେବ । ପ୍ରଥମେ ଏହି ଫିଲ୍ମ ୨ଅଗଷ୍ଟରେ ରିଲିଜ ହେବାର ଥିଲା । ତେବେ ମେକର୍ସ ଏହି ଫିଲ୍ମର ଟ୍ରେଲର ଖୁବଶୀଘ୍ର ରିଲିଜ କରିବାକୁ ଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଜୟ ବାହଲ ଏବଂ ଭୂଷଣ କୁମାର, କୃଷ୍ଣ କୁମାର, ଅଭିଷେକ ପାଠକ ଏବଂ କୁମାର ମଙ୍ଗତ ପ୍ଧଙ୍ଖଳ ଏହାକୁ ନିର୍ମାଣ କରିଛନ୍ତି । ଅକ୍ଷୟ ଖନ୍ନା ଏବଂ ରିଚା ଚଡ୍ଢା ନିଜ ନିଜ ସୋସିଆଲ ଅକାଉଂଟରେ ଏହି ଟିଜର ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More