Only for Entertainment

ଚେନ୍ନାଇର ଏହି ବ୍ୟକ୍ତି ଜଣକ କଲେ କମାଲ, ୨୦ଲକ୍ଷ ପୁରସ୍କାରର ହେଲେ ହକଦାର !

113

ଚେନ୍ନାଇରେ ଜଣେ ବ୍ୟକ୍ତି ଏଭଳି କମାଲ କରିଛନ୍ତି, ଯେଉଁକାରଣରୁ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି । ଅସଲରେ ଚେନ୍ନାଇର ସିକ୍ୟୁରିଟି ରିସର୍ଚର ଲକ୍ଷ୍ମଣ ମୁଥୈୟା ଇନଷ୍ଟାଗ୍ରାମରୁ ଏକ ବଡ ଦୁର୍ବଳତା ଖୋଜି ବାହାର କରିଛନ୍ତି ।

ଯେଉଁକାରଣରୁ ନା କେବଳ ଚର୍ଚ୍ଚାରେ ରହିଛନ୍ତି ବରଂ ଏହି କାରନାମା ଯୋଗୁଁ ୩୦ହଜାର ଡଲାର ଅର୍ଥାତ ୨୦ଲକ୍ଷ ଟଙ୍କା ଉପହାର ସ୍ୱରୁପ ମିଳିଛି । ତାଙ୍କୁ ଏହି ପୁରସ୍କାର ବାଉଂଟି ପ୍ରୋଗ୍ରାମରୁ ମିଳିଛି । ମୁଥୈୟା ଇନଷ୍ଟାଗ୍ରାମରେ ଅକାଉଂଟରେ ପ୍ରାଇଭେସି ଜଡିତ ବଡ ତୃଟିକୁ ଜାଗ୍ରତ କରିଛନ୍ତି । ତାଙ୍କ ମୁତାବକ ଏହି ତୃଟି କାରଣରୁ ବ୍ୟକ୍ତିର ଇନଷ୍ଟାଗ୍ରାମ ଅକାଉଂଟ ହ୍ୟାକ ହୋଇପାରେ ଏବଂ ତାଙ୍କର ପାସୱାର୍ଡ ମଧ୍ୟ ରିସେଟ କରାଯାଇପାରିବ ।

ଏଠାରେ ଆମେ କହି ରଖୁଛୁ ଯେ ଲକ୍ଷ୍ମଣ ଏକ କନସେପ୍ଟ ଭିଡିଓ ବନାଇଥିଲେ ଏବଂ ପରିବେଷଣ କରିଥିଲେ । ଭିଡିଓ ଦେଖିବା ପରେ ତାଙ୍କୁ ଇନଷ୍ଟାଗ୍ରାମରେ ଥିବା ଗଙ୍ଗବଡ ବିଷୟରେ ଜଣା ପଡିଥିଲା । ଏହାପରେ ଏହି ବଗ୍ କୁ ଠିକ କରାଯାଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ଇନଷ୍ଟାଗ୍ରାମର ଏହି ତୃଟି ଖୋଜିବା ପୂର୍ବରୁ ଲକ୍ଷ୍ମଣ ଡାଟା ଡିଲିଶନ ଏବଂ ଡାଟା ଡିସକ୍ଲୋଜର ବଗ୍ ମଧ୍ୟ ଧରି ସାରଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More