Only for Entertainment

ସାମ୍ନାକୁ ଆସିଲା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’ର ନୂଆ ଗୀତ ‘ଜୟ ଜୟ ଶିବ ଶଙ୍କର’ର ପ୍ରଥମ ଝଲକ, ଦେଖନ୍ତୁ

tweeted by yrf
47

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’ର ନୂଆ ଗୀତ ଜୟ ଜୟ ଶିବ ଶଙ୍କର ୨୧ ସେପ୍ଟେମ୍ବର ଅର୍ଥାତ ଶନିବାର ରିଲିଜ ହେବାକୁ ଯଉଛି । ଫିଲ୍ମର ଏହି ଗୀତଟି ରିଲିଜ ହେବା ପୂର୍ବରୁ ମେକର୍ସ ଏହାର ପ୍ରଥମ ଝଲକ ଦର୍ଶକଙ୍କ ସହିତ ସେୟାର କରିଛନ୍ତି । ଏହି ଫଟୋରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ହୋଲି ଖେଳୁଥିବାର ନଜର ଆସିଛନ୍ତି ।
କହିରଖୁଛୁ ଯେ ଫିଲ୍ମ ‘ୱାର’ର ଏହି ନୂଆ ଗୀତଟି ଏକ ହୋଲି ଟ୍ରାକ । ଗୀତରେ ଦୁହିଁଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିବ । ଖବର ଅନୁସାରେ ଏହି ଗୀତ ପାଇଁ ଟାଇଗର ଶ୍ରଫ ୩ ସପ୍ତାହ ଏହାକୁ ପ୍ରାକ୍ଟିସ କରିଛନ୍ତି ।

ଗୀତର ଏହି ଫଟୋକୁ ୟସ ରାଜ ଫିଲ୍ମସ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ଘୂୁଙ୍ଗୁରୁ ରିଲିଜ ହୋଇଥିଲା ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହା ସହିୀତ ଫିଲ୍ମର ଟ୍ରେଲର ରିଲିଜ ପରେ ଦର୍ଶକ ଏହାକୁ ଉତ୍ସାହର ସହିତ ଅନେଇ ବସିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More