Only for Entertainment

ଠୁମକା ଲଗାଇ ୪ଟି ଦୋକାନରୁ କ୍ୟାଶ ଉଡ଼ାଇନେଲେ ଚୋର,ସିସିଟିଭିରେ କଏଦ ।

bollywood tadka
0 36

ରାଜଧାନୀରେ ଚୋର କେତେ ଚାଲାକ ହୋଇଥାନ୍ତି ଏହାର ପ୍ରମାଣ ମିଳିଛି ସିସିଟିଭି ଫୁଟେଜରୁ । ବିନା କୌଣସି ଡରରେ ଚୋର ଖୁବ ମଜାରେ ପ୍ରାୟ ୪ଟି ଦୋକନରେ କଳାକନା ବୁଲାଇ ଦେଇଛନ୍ତି ।

 


ପୁରୁଣା ଦିଲ୍ଲୀର ନାୱଲଟି ସିନେମା ପଛରେ ଥିବା ରଙ୍ଗମହଲ ଗଳୀରେ ଏକ ସିସିଟିଭିରୁ କିଛି ଭିଡ଼ିଓରେ ଚୋରଙ୍କ କାରନାମା ସାମ୍ନାକୁ ଆସିଛି । ମଙ୍ଗଳବାରକୁ ୪ ଜଣ ଚୋର ଖୁବ ମସ୍ତୀଭରା ଅନ୍ଦାଜରେ ଠୁମକା ଲଗାଇ ଗଳିରେ ପ୍ରବେଶ କରିଥିଲେ । ଏହାପରେ ଖୁବ ସହଜରେ ସେମାନେ ସଟର ଭାଙ୍ଗିଲେ ଓ କଳା କନା ବୁଲାଇ ସେଠାରୁ ଚାଲିଗଲେ । ତେବେ କୌଣସି ଖେଳଣା ସହିତ ଖେଳିବା ଭଳି ସେମାନେ ସଟର ଖୋଲୁଥିଲେ ।

 


ଯିବା ସମୟରେ ଜଣେ ଚୋର ମିଥୁନ ଚକ୍ରବର୍ତ୍ତୀଙ୍କ ଅନ୍ଦାଜରେ ସିସିଟିଭି ସାମ୍ନାରେ ଡ୍ୟାନ୍ସ ମଧ୍ୟ କଲା । ତେବେ ସକାଳେ ମାଲିକ ଆସିବା ପରେ ଏହା ଜଣାପଡ଼ିଲା । ପୋଲିସ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଚୋର ଗୋଟିଏ ଦୋକାନରୁ ପ୍ରାୟ ଦେଢ ଲକ୍ଷ କ୍ୟାଶ ଏବଂ ଅନ୍ୟ ମାନଙ୍କରୁ ୫ରୁ ୧୦ ହଜାର ନେଇ ଯାଇଥିଲେ । ଦୋକାନ ମାଲିକଙ୍କ କହିବା ଅନୁସାରେ ଏହା ପ୍ରଥମ ଥର ନୁହେଁ ଚୋର ଏହା ପୂର୍ବରୁ ମଧ୍ୟ ଏହିଭଳି କାମ କରିଛନ୍ତି କିନ୍ତୁ ପୋଲିସ କିଛି ପ୍ରମାଣ ପାଇପାରି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More