Only for Entertainment

ଏପରି ଏକ ସମୁଦ୍ର ଯେଉଁଥିରେ କେହି ବୁଡନ୍ତି ନାହିଁ, ଗାଧୋଇଲେ ଦୂର ହୁଏ ଅନେକ ରୋଗ

Lonely Planet
0 59

ଅଧିକାଂଶ ଲୋକଙ୍କୁ ସମୁଦ୍ର କୂଳରେ ବୁଲିବା ଖୁବ ପସନ୍ଦ । ଯେଉଁମାନଙ୍କୁ ପହଁରା ଆସିଥାଏ ସେମାନେ ସମୁଦ୍ରରେ ଖୁବ ମଜା ଉଠାଇଥାନ୍ତି । କିନ୍ତୁ ଯେଉଁମାନଙ୍କୁ ପହଁରା ଆସିନଥାଏ ସେମାନେ କେବଳ ପାଣିକୁ ଦେଖି ଫେରି ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସମୁଦ୍ର ବିଷୟରେ କହିବା ପାଇଁ ଯାଉଛୁ ଯେଉଁଥିରେ କେହି ବୁଡନ୍ତି ନାହିଁ । ଆପଣଙ୍କୁ ପହଁରା ଆସୁ କି ନ ଆସୁ ଏହି ସମୁଦ୍ରରେ ଆପଣ ବୁଡିବେ ନାହିଁ । ଏହା ବ୍ୟତିତ ଏହି ସମୁଦ୍ରରେ ଗାଧୋଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ।

ଏହି ସମୁଦ୍ରର ନାମ ହେଉଛି ଡେଡ ସି । ଏହା ଇଜରାଏଲ ଏବଂ ଜାର୍ଡନ ମଝିରେ ଅବସ୍ଥିତ । ଏହାକୁ ସଲଟ ସି ମଧ୍ୟ କୁହାଯାଇଥାଏ । ଏହି ସମୁଦ୍ରରେ ମ୍ୟଗ୍ନେସିୟମ କ୍ଲୋରାଇଡ, କ୍ୟାଲସିୟମ କ୍ଲୋରାଇଡ, ପୋଟାସିୟମ କ୍ଲୋରାଇଡ ପରି ବିଷାକ୍ତ ଖଣିଜ ଲବଣ ଭରପୁର ମାତ୍ରାରେ ମିଳିଥାଏ ।

see

ଏହାକୁ ଡେଡ ସି କହିବାର କାରଣ ଏହି ସମୁଦ୍ରରେ କୌଣସି ଗଛ କିମ୍ବା ଜୀବ ଦେଖିବାକୁ ମିଳିନଥାଏ । ଏବଂ ଏହାକୁ ସଲ୍ଟ ସି କହିବାର କାରଣ ଏହି ସମୁଦ୍ରରେ ଲୁଣର ପରିମାଣ ଖୁବ ଅଧିକ । ଏହି ସମୁଦ୍ରର ପାଣି ଖାରିଆ ହୋଇଥିବାରୁ ଏଥିରେ କୌଣସି ଜୀବ-ଜନ୍ତୁ ଦେଖିବାକୁ ମିଳିନଥାଏ ।

ଆପଣ ଭାବୁଥିବେ ପାଣି ଏତେ ଖାରିଆ ତ ଏହା ଦେହ ପାଇଁ କ୍ଷତି କାରକ ହୋଇଥିବ କିନ୍ତୁ ଆପଣ ଭୁଲ ଭାବୁଛନ୍ତି । ଏହି ପାଣିରେ ଅନେକ ପ୍ରକାରର ମିନେରାଲ ଭରି ରହିଛି । ଯହା ଶରୀର ପାଇଁ ଖୁବ ଉପକାରୀ ।

see sea

ଏହି ସମୁଦ୍ରରେ କେହି ନବୁଡିବା କାରଣରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହି ସମୁଦ୍ରରେ ଆପଣ ଲୁଣର ଛୋଟ ଛୋଟ ପାହାଡ ମଧ୍ୟ ଦେଖିପାରିବେ । ସବୁଠାରୁ ଆକର୍ଷଣୀୟ କଥା ହେଉଛି କି ଏହି ପାଣିରେ ବସି ଆପଣ କିଛି ବି କାମ କରିପାରିବେ । ପାଣିରେ ପହଁରି ଆପଣ ଏଠାରେ ମାଗାଜିନ, ବହି ମଧ୍ୟ ପଢିପାରିବେ ।

ଏହି ସମୁଦ୍ରକୁ ପୁରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ମିଳିସାରିଛି । କିନ୍ତୁ ଏହାର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି ଯାହା ଏକ ଚିନ୍ତାର ବିଷୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More