Only for Entertainment

ସାମ୍ନାକୁ ଆସିଲା ‘ଦ ଏକ୍ସିଡେଂଟାଲ ପିଏମ’ର ପ୍ରଥମ ଭିଡିଓ, ମନମୋହନଙ୍କ କପି ଭଳି ନଜର ଆସିଲେ ଅନୁପମ ଖେର ।

news18
0 51

ବଲିଉଡ ଅଭିନେତା ଅନୁପମ ଖେର ଏବେ ତାଙ୍କର ଆଗାମୀ ଫିଲ୍ମ ଦ ଏକ୍ସିଡେଂଟାଲ ପିଏମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ସୁଟିଂ ଲଣ୍ଡନରେ ଚାଲୁଛି ଏବଂ ଅନୁପମ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚରିତ୍ରରେ ନଜର ଆସିବେ ।
ଲଣ୍ଡନରୁ ଫିଲ୍ମର ପ୍ରଥମ ଲୁକ ଜାରି କରାଯାଇଛି । ଯେଉଁଥିରେ ଅନୁପମ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କପି ଭଳି ଦେଖାଯାଉଛନ୍ତି । ଖବର ମୁତାବକ ଏହି ଫିଲ୍ମରେ ଜଣେ ଜର୍ମାନ ଅଭିନେତ୍ରୀ ସୋନିଆ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ।

ଲିଖିତ ‘ଆନ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ ବହିରେ ସୋନିଆ ଭାନ୍ଧୀଙ୍କର ଏକ ପ୍ରମୁଖ ଭୂମିକା ରହିଛି । ତେବେ ଫିଲ୍ମରେ ଜଣେ ଜର୍ମାନ ଅଭିନେତ୍ରୀ ଅଭିନୟ କରିବେ ବୋଲି ଗତ ଜାନୁୟାରୀ ମାସରେ ଘୋଷଣା କରାଗଲା ।
ସୁଜୈନଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କ ଲୁକରେ ନଜର ଆସୁଛନ୍ତି ଏବଂ ସୋନିଆ ଗାନ୍ଧୀଙ୍କ ସହିତ ତାଙ୍କ ଚେହୋରା ମିଶୁଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More