Only for Entertainment

ଜଷ୍ଟିନ ବିବାହ ପରେ ମଧ୍ୟ ଏକ୍ସ ଗର୍ଲଫ୍ରେଣ୍ଡଙ୍କୁ ଭୁଲି ପାରିନାହାନ୍ତି, ସେଲିନାଙ୍କ ସହ କଥା ହେବା ପାଇଁ କରୁଛନ୍ତି ପ୍ରୟାସ !

Hello Magazine
38

ପୂର୍ବ ବର୍ଷ ଅର୍ଥାତ୍ ୨୦୧୮ରେ ପପ୍ ଷ୍ଟାର ଜଷ୍ଟିନ ବିବର ଏବଂ ସେଲିନା ଗୋମେଜଙ୍କ ଜୀବନରେ ଅନେକ ବାଧାବିଘ୍ନ ହୋଇଥିଲା । ଜଷ୍ଟିନ ମାର୍ଚ୍ଚ ମାସରେ ସେଲିନାଙ୍କ ସହ ବ୍ରେକଅପ କରି ହେଲି ବାଲ୍ଡବିନଙ୍କୁ ଡେଟ କରିଥିଲେ । କେବଳ ସେତିକି ନୁହେଁ ଦୁହେଁ ବିବାହ ମଧ୍ୟ କରିସାରିଛନ୍ତି ।

ଜଷ୍ଟିନ ଏବଂ ହେଲି ସେପ୍ଟେମ୍ବର ୧୩ ୨୦୧୮ରେ ନ୍ୟୁୟର୍କରେ ବିବାହ କରିଥିଲେ । ସେହିଭଳି ଅନ୍ୟପଟେ ବ୍ରେକଅପ ପରେ ସେଲିନାଙ୍କ ଶରୀର ଅସୁସ୍ଥ ଥିଲା ପୂର୍ବ ବର୍ଷ ସେଲିନାଙ୍କର କିଡନୀ ଟ୍ରାନ୍ସପ୍ଲାଂଟ ହୋଇଥିଲା । ଏହିକାରଣରୁ ତାଙ୍କୁ ଅନେକ ଯନ୍ତ୍ରଣାର ଶିକାର ହେବାକୁ ପଡିଥିଲା । ଏବେ ସେଲିନା ସୁସ୍ଥ ହେବା ପରେ କାମ କରିବା ଆରମ୍ଭ କରିଦେଲେଣି ।

ମାତ୍ର ଏହାପରେ ଏବେ ବଡ ଖବର ସାମ୍ନାକୁ ଆସିଛି ଯେ, ଜଷ୍ଟିନ ପୁଣିଥରେ ସେଲିନାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଛନ୍ତି । ଜଷ୍ଟିନ ମ୍ୟୁଚୁଆଲ ବନ୍ଧୁ ଏବଂ ପରିବାରଙ୍କ ସାହାଯ୍ୟ ଜରିଆରେ ସେଲିନାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରୁଛନ୍ତି ।

ସେହିପରି ସେଲିନାଙ୍କ ଠାରୁ ଦୂରେଇ ରହିବା ପାଇଁ ଜଷ୍ଟିନଙ୍କୁ ସେଲିନାଙ୍କ ପରିବାର ଲୋକ କହିଛନ୍ତି । ସେଲିନା ଏବେ ଜଷ୍ଟିନଙ୍କ ସହ କଥା ହେବାକୁ ବିଲକୁଲ ଚାହାନ୍ତି ନାହିଁ । ୨୦୧୯ରେ ସେ କାମ ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More