Only for Entertainment

ସେଲିନା ଗୋମେଜଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର,ଏହି ରୋଗ କାରଣରୁ ଭର୍ତ୍ତି ହେଲେ ହସ୍ପିଟାଲରେ ।

28

ଗାୟିକା ଏବଂ ଅଭିନେତ୍ରୀ ସେଲିନା ଗୋମେଜ ସବୁବେଳେ ଚର୍ଚ୍ଚା ରେ ରହିଥାଆନ୍ତି, ମାତ୍ର ଏଥର ଚର୍ଚ୍ଚାରେ କିଛି ନୂଆ ଘଟଣା କୁ ନେଇ ରହିଛନ୍ତି । ଏଥର ଏହି ବିଷୟକୁ ନେଇ ସମସ୍ତେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଶୁଣିଲେ ଫ୍ୟାନ୍ସ ମାନେ ନିଶ୍ଚିତ ରୂପେ ନିରାଶ ହୋଇଯିବେ । ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ସେଲିନା । ବିଶେଷ ସୂତ୍ରରୁ ଏ ସମ୍ପର୍କରେ ଜଣା ପଡ଼ିଛି ।

ଏଠାରେ ଆମେ କହି ରଖୁଛୁ ଯେ ସେଲିନାଙ୍କର ପୂର୍ବ ବର୍ଷ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା , ତେଣୁ ଏହି କାରଣରୁ ତାଙ୍କୁ କିଛି ଶାରୀରିକ ସମସ୍ୟା ଭୋଗିବାକୁ ପଡ଼ିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେଲିନା ତାଙ୍କ ରୋଗ ବିଷୟରେ କହିଛନ୍ତି ଯେ, ସେ lupus ନାମକ ରୋଗରେ ପୀଡ଼ିତ ଅଛନ୍ତି । ଏହି କାରଣରୁ ସେ କାମରୁ ମଧ୍ୟ ବ୍ରେକ ନେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ lupus ଏଭଳି ଏକ ରୋଗ ଅଟେ ଯାହାକି ଶରୀରର ଅଧା ଅଧି ଅଂଶ ଉପରେ ପ୍ରଭାବ ପକାଇଥାଏ । ସେଲିନା ବିଗତ ମାସରେ ହିଁ ଇନ୍ସଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଥିଲେ ଯେ ସେ କିଛିଦିନ ପାଇଁ ସୋସିଆଲ ମିଡ଼ିଆରୁ ଦୂର କୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More