Only for Entertainment

ନିଜର ଆଗାମୀ ଫିଲ୍ମ ‘ସେଲଫିସ୍ ଦିଲ’ରେ ନୂଆ ନାୟକଙ୍କୁ ଲଂଚ କରିବେ ବସନ୍ତ ସାହୁ

you tube
85

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁ ପ୍ରଥମଥର ପାଇଁ ଜଣେ ନବାଗତ ନାୟକଙ୍କୁ ଲଂଚ କରୁଛନ୍ତି । ସେ ଆଗରୁ ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ, ସବ୍ୟସାଚୀ, ଓ ଆକାଶଙ୍କ ଭଳି ନାୟକଙ୍କୁ ନେଇ ଅଧିକାଂଶ ଫିଲ୍ମ ତିଆରି କରି ସାରିଛନ୍ତି । ହେଲେ ଏଥର ସେ ଜଣେ ନୂଆ ନାୟକଙ୍କୁ ଲଂଚ କରୁଛନ୍ତି । ଏହି ନାୟକଙ୍କ ନାଁ ହେଲା ଶ୍ରେୟାନ । ବସନ୍ତ ସାହୁଙ୍କ ଯେଉଁ ସିନେମା ଜରିଆରେ ଓଲିଉଡରେ ଏଂଟ୍ରି କରିବାକୁ ଯାଉଛନ୍ତି ଶ୍ରେୟାନ, ତାର ଟାଇଟଲ ହେଲା ‘ସେଲଫିସ ଦିଲ’ଏହି ଫିଲ୍ମରେ ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ । ସୂରମୟୀଙ୍କୁ ଦର୍ଶକ ପୂର୍ବରୁ ଭଲପାଏ ତତେ ୧୦୦ରୁ ୧୦୦, ଆଖି ଖୋଲିଲେ ତୁ ହି ତୁ ଓ ‘ଶକ୍ତି’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ।

surmayee

‘ସେଲଫିସ ଦିଲ’ ସିନେମାରେ ବିଜୟ ମହାନ୍ତିଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ । ସେ ଆଗରୁ ଫିଲ୍ମ ‘ପ୍ରେମର ନିଶା ନିଆରା ନିଆରା’ରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତ । ‘ସେଲଫିସ ଦିଲ’ ଏକ ରୋମାଂଟିକ ସିନେମା । ଏହାର ଗୀତିକାର ହେଲେ ଡ. ନିର୍ମଳ ନାୟକ । ଏବେ ବାକି ରହିଲା ଦେଖିବାକୁ କି, ସେଲଫିସ ଦିଲ ଦର୍ଶକଙ୍କୁ କେତେ ଆକୃଷ୍ଟ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More