Only for Entertainment

କର୍ମଜୀବୀ ମା’ମାନଙ୍କ ପାଇଁ ପ୍ରେରଣା ପାଲଟିଲେ ସେରେନା ୱିଲିୟମସ

CNN International
26

ସର୍ବଶ୍ରେଷ୍ଠ ମହିଳା ଟେନିସ୍‍ ଖେଳାଳି ତଥା ୨୩ ଥର ଗ୍ରାଣ୍ଡସ୍ଲାମ ବିଜେତା ସେରେନା ୱିଲିୟମସ ଖାଲି ଯେ ଜଣେ ଭଲ ଖେଳାଳି ତା’ ନୁହେଁ ବରଂ ଜଣେ ଆଦର୍ଶ କର୍ମଜୀବୀ ମା’ । ସେ ନିଜେ ଏହାକୁ ନିଜର ଏକ ଫଟୋ ମାଧ୍ୟମରେ ପ୍ରମାଣିତ କରିଛନ୍ତି । ନିକଟରେ ସେରେନା ନିଜ ଝିଅ ଆଲେକ୍ସିଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି । ଝିଅକୁ ଧରି ସେ ଶାରିରୀକ ଅଭ୍ୟାସ କରୁଥିଲା ବେଳେ ଲେଖିଛନ୍ତି ଯେ, ମୁଁ ନୂଆବର୍ଷରେ ମୋର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

 

ସେରେନା ଲେଖିଛନ୍ତି ଯେ, ନୂଆବର୍ଷରେ ଆମେ ପ୍ରବେଶ କରିଛେ ଏ ସମ୍ପର୍କରେ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ଯେ କର୍ମଜୀବୀ ମା’ ଭାବେ ଆମକୁ କ’ଣ କରିବାକୁ ଦରକାର । ପ୍ରଥମ ମ୍ୟାଚ ପାଇଁ ମୁଁ ପ୍ରସ୍ତୁତି ଆରମ୍ଭ କରିଥିଲା ବେଳେ ମୋ ଝିଅ ଥକି ପଡ଼ିଛି । ସେ ଦୁଃଖି ମଧ୍ୟ ଅଛି । ତାକୁ କେବଳ ଦରକାର ମା’ର ସ୍ନେହ ଏବଂ ମା’ କୋଳରେ ସ୍ଥାନ । ଏହି ପରିସ୍ଥିତିରେ ମୋର କର୍ତ୍ତବ୍ୟ ହେଉଛି ଝିଅକୁ ସ୍ନେହ କରିବା, ତା’ ମନରେ ଖୁସି ଭରିବା । ତେଣୁ ମୁଁ ଝିଅକୁ ଧରି ଏହି ଅଭ୍ୟାସ କରୁଛି । ଅନ୍ୟ କର୍ମଜୀବୀ ମହିଳାମାନେ ମଧ୍ୟ ନିଜ କାମ ଓ ଦାୟିତ୍ୱ ସହ ପିଲାଙ୍କୁ ସ୍ନେହ ଶ୍ରଦ୍ଧା କରିବା ଏବଂ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଚେଷ୍ଟା କରିବା ଦରକାର । ମା’ ଏବଂ ପିଲାଛୁଆଙ୍କ ମଧ୍ୟରେ ସବୁବେଳେ ତାଳମେଳ ଠିକ ରହିବା ନିହାତି ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More