Only for Entertainment

‘କିସିଂ ସିନ’ କରିବା ସମୟରେ ଏହାକୁ ଗୁତୁତ୍ୱ ଦିଅନ୍ତି ଇମରାନ ହାଶମୀ

Pinterest
0 65

ଇମରାନ ହାଶମୀଙ୍କ କିସିଂ ସିନ ପାଇଁ ତାଙ୍କୁ ବଲିଉଡର ‘ସିରିୟଲ କିସର’ କୁହାଯାଏ । ଇମରାନଙ୍କ ଜନ୍ମ ୨୪ ମାର୍ଚ୍ଚ ୧୯୭୯ରେ ଉତ୍ତର ପ୍ରଦେଶର କନ୍ନୌଜଠାରେ ହୋଇଥିଲା । ତାଙ୍କ ପିତା ଅନବର ହାଶମୀ ଜଣେ ଅଭିନେତା ଥିଲେ ଏବଂ ତାଙ୍କ ମା’ ମାହିରା ହାଶମୀ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଭଉଣୀ । ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟ ଇମରାନଙ୍କ ମାମୁଁ ଏବଂ ପୂଜା, ଆଲିଆ ଏବଂ ମୋହିତ ସୁରୀ ତାଙ୍କର ଭାଇ ଭଉଣୀ ।

ଇମରାନ ହାଶମୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ସେ ଫିଲ୍ମରେ ଅଭିନେତ୍ରୀମାନଙ୍କୁ କିସ କରିବା ସମୟରେ କେବଳ ତାଙ୍କ ଓଠ ଉପରେ ଧ୍ୟାନ ଦେଇଥାନ୍ତି ଏବଂ ଟେକନିକ ପକ୍ଷକୁ ଭୁଲି ଯାଆନ୍ତି । ଇମରାନଙ୍କ ମତରେ ଆଗରୁ ତାଙ୍କ କିସି ସିନ ପାଇଁ ଖୁବ ଆଲୋଚନା ହେଉଥିଲା କିନ୍ତୁ ବର୍ତ୍ତମାନ ସମସ୍ତେ ଏହାକୁ ସ୍ୱୀକାର କରିଛନ୍ତି ।

emraan and his wife

ଇମରାନରେ ୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ ‘ଫୁଟପାଥ’ରୁ ତାଙ୍କ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୮ରେ ରିଲିଜ ହୋଇଥିବା ‘ଜନ୍ନତ’ ସୁପର ହିଟ ହୋଇଥିଲା । ଇମରାନ ୨୦୦୬ରେ ଇସଲାମିକ ରିତିନିତିରେ ପରବୀନ ଶହାନୀଙ୍କୁ ବିବାହ କରିଥିଲେ । ଇମରାନଙ୍କର ଏକ ପୁଅ ଅଛି ତାହାର ନାଁ ଆୟନ ହାଶମୀ । ଆୟନଙ୍କୁ ଫାଷ୍ଟ ଷ୍ଟେଜ କ୍ୟାନସର ହୋଇଥିଲା କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ।

emraan

ଇମରାନ ହାଶମୀ କ୍ରିକେଟର ଆଜାଋୁଦ୍ଦିନ ଉପରେ ନିର୍ମିତ ବାୟୋପିକରେ ଅଭିନୟ କରିବା ପରେ ଯୁବରାଜଙ୍କ ବାୟୋପିକ କରିବା ପାଇଁ ଆଗ୍ରହୀ ।

ଇମରାନ କିଛି ସମୟ ପୂର୍ବେ ଏକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକର ନାମ ହେଉଛି ‘କିସ ଅଫ ଲାଇଫ’ । ଏହି ପୁସ୍ତକ ତାଙ୍କ ପୁଅଙ୍କ ଉପରେ ଆଧାରିତ । କିପରି ସେ କ୍ୟାନସର ସହିତ ଲଢେଇ କରିଥିଲେ ଏହି ପୁସ୍ତକରେ ତାହା ଉଲ୍ଲେଖ ରହିଛି । ଏଥିପାଇଁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ କିଙ୍ଗ ଖାନ ଖାହାରୁଖ ଖାନ ମଧ୍ୟ ଇମରାନଙ୍କ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More