Only for Entertainment

ବଲିଉଡ୍ ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି ଆଫତାବ୍ ଶୀବଦାଶାନୀ, ରିଲିଜ ହେଲା ‘ସେଟର୍ସ’ର ପ୍ରଥମ ଟ୍ରେଲର୍

Hindi Rush
25

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଥ୍ରୀଲର୍ ଫିଲ୍ମ ‘ସେଟର୍ସ’ର ପ୍ରଥମ ଟ୍ରେଲର୍ । ସିନେମାଟି ବାରାଣାସୀରେ ହେଉଥିବା ଏକ ବଡ ବେଆଇନ୍ ସଂସ୍ଥା ସେଟର୍ସକୁ ନେଇ ଗତିଶୀଳ ହୋଇଛି । ଏହି ସଂସ୍ଥା, ଦେଶର ଏଜୁକେସନାଲ୍ ସିଷ୍ଟମରେ ସମସ୍ତ ବେଆଇନ୍ କାମ କରେ । ମୁର୍ଖ ପିଲାଙ୍କୁ ଭଲ କଲେଜରେ ଏଂଟ୍ରି କରାଇବା ଠାରୁ ଆରମ୍ଭ କରି ପ୍ରଶ୍ନ ପତ୍ର ଲିକ୍ କରିବା ଭଳି ସମସ୍ତ କାମ କରେ ଏହି ସଂସ୍ଥା । ଆଉ ଏହି ସଂସ୍ଥାର କଳା କାରନାମାକୁ ପର୍ଦ୍ଧାଫାସ୍ କରିବା ପାଇଁ ପୋଲିସ୍ ଡିପାର୍ଟମେଂଟ୍ ନିଏ ବଡ ନିଷ୍ପତି ।

ବିକାଶ ମୁନି, ନରେନ୍ଦ୍ର ହିରାୱତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ଚୌଧୁରୀ । ଏକ ଦମଦାର୍ ପୋଲିସ୍ ଅଫିସର୍ ଭାବେ ଫିଲ୍ମରେ ଆଫତାବଙ୍କୁ ଦେଖିବାକୁ ମିଳିବ । ଆଫତାବ ଶିବଦାଶାନୀଙ୍କ ବ୍ୟତିତ ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଶ୍ରେୟାସ ତଲପଡେ, ସୋନାଲି ସେଗଲ୍, ବିଜୟ ରାଜ୍, ପବନ୍ ମଲହୋତ୍ରା, ଇଷିତା ଦତା, ଜମିଲ୍ ଖାନ୍, ନିରଜ ସୁଦ୍, ପଂକଜ୍ ଝା, ମାନୁ ରୁସି, ଅନୀଲ୍ ମାଙ୍ଗେ ଆଦି କଳାକାର ।

ଏହି ସିନେମା ଜରିଆରେ ଅଭିନେତା ଆଫତାବ୍, ଅନେକ ଦିନର ବ୍ୟବଧାନ ପରେ ବଡ ପରଦାକୁ ଫେରୁଛନ୍ତି । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସଲିମ୍ – ସୁଲେମାନ୍ । ୩ ମେ ରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More