Only for Entertainment

ସାବଧାନ! ବିବାହ ପରେ ସେକ୍ସ ଜୀବନ ବ୍ୟତିକ୍ରମରେ ସଂପର୍କରେ ଆସିପାରେ ଧୋକା

Huffington Post
0 68

ବିବାହ ପରେ ସ୍ୱାମୀ ଓ ସ୍ତ୍ରୀର ସଂପର୍କକୁ ଦୃଢ ଓ ମଜବୁତ କରିବା ପାଇଁ ମନରେ ଚାଲିଥାଏ ଅନେକ ଅଙ୍କକଷା । ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱାସୀ ଓ ସହଭାଗୀତା ଦ୍ୱାରା ହିଁ ବୈବାହିକ ଜୀବନରେ ଆସିଥାଏ ମଧୁରତା ଓ ହୋଇଥାଏ ମହନୀୟତା ।
ସବୁଠୁ ବଡ କଥା ହେଲା ବୈବାହିକ ଜୀବନରେ ସ୍ୱାମୀସ୍ତ୍ରୀମଧ୍ୟରେ ସେକ୍ସ ଜୀବନ । ଯାହା ଖୁବ୍ ମହତ୍ୱ ରଖେ ସଂପର୍କରେ । ଯଦି କୈାଣସି କାରଣରୁ ସେକ୍ସ ଲାଇଫ୍ ପ୍ରଭାବିତ ହୁଏ ,ତେବେ ଏହାର ସିଧା ପ୍ରଭାବ ପଡିଥାଏ ରିଲେସନସିପ୍ ଉପରେ ।
ସେକ୍ସ ସଂପର୍କକୁ ନେଇ ସାରା ବିଶ୍ୱରେ ଅନେକ ମତ ଓ ମନ୍ତବ୍ୟ । ଏକ ୱେବସାଇଟ୍ ଏହାକୁ ରିଲେସନସିପ୍ ସହ ଯୋଡି ଏକ ଅନୁଧ୍ୟାନ କରିଥିଲେ । ଏଥିରେ ସାରା ବିଶ୍ୱର ଲୋକେ ଅଂଶ ଗ୍ରହଣ କରିଥିଲେ । ଏଥିରୁ ଜଣା ପଡିଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ସେକ୍ସ ଲାଇଫରେ ବ୍ୟତିକ୍ରମ ଯୋଗୁଁ ସଂପର୍କରେ ମଧୁରତା କମିଯାଉଛି । ପୂର୍ବର ସଂପର୍କ ଧିରେଧିରେ ପ୍ରତାରଣାରେ ପରିଣତ ହେଉଛି ।

ଏଥିରେ ଶତକଡା ୬୦ ପୁରୁଷ ଓ ଶତକଡା ୪୫ ମହିଳା ନିଜର ମତ ଦେଇ କହିଥିଲେ ବିବାହ ପରେ ସେମାନେ ନିଜ ପାର୍ଟନରକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଯାହା ସେମାନେ ନିଜ ସାଥୀ ଠାରୁ ପାଇବାକୁ ଇଚ୍ଛା କରିଥାନ୍ତି ତାହା ପାଇନାହାଁନ୍ତି । ଜଣେ ବ୍ୟକ୍ତି ଲେଖି ଜଣାଇଥିଲେ ସେ ନିଜ ସ୍ତ୍ରୀ ସହ ରୁମମେଟ ଭଳି ରହୁଛନ୍ତି । ସେମାନଙ୍କ ଭିତରେ ପ୍ରେମ ସଂପର୍କ ହଜିଯାଇଛି ।

ୱେବସାଇଟର ଅନୁଧ୍ୟାନରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ମତ ଥିଲା ସେକ୍ସ ପ୍ରେମର ଏକ ଅଂଶ । ଯେତେବେଳେ ନିଜ ସାଥି ଠାରୁ ଏହା ଠିକରେ ପାଇନଥାଏ.ସେତେବେଳେ ଅନ୍ୟଆଡୁ ଏହାର ବିକଳ୍ପ ଖୋଜିଥାଏ ମଣିଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More