Only for Entertainment

ମି ଠୁ କ୍ୟାମ୍ପେନରେ ଫସିଲେ ସୁଭାଷ ଘାଇ,ରୁମକୁ ଡାକିନେଇ କରୁଥିଲେ ଏଭଳି କାମ: ଅଭିନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ।

bollywood tadka
26

ମି ଠୁ କ୍ୟାମ୍ପେନ ଜାଲରେ ଫସିବାକୁ ଲାଗିଛନ୍ତି ବଡ଼ ବଡ଼ ଡାଇରେକ୍ଟର । ଜଣକ ପରେ ଜଣେ ହେଉଛନ୍ତି ଯୌନ ଉତ୍ପୀଡ଼ନର ଶୀକାର । ନାନା ପାଟେକରଙ୍କ ଠାରୁ ଆରମ୍ଭ କରି ସଂସ୍କାରୀ ବାପା ଆଲୋକନାଥଙ୍କ ପର୍ଯ୍ୟନ୍ତ ଫସିଛନ୍ତି ବଡ଼ ବଡ଼ କଳାକାର । ମୁମ୍ବାଇ ରିପୋର୍ଟ ଅନୁସାରେ ସୁଭାଷ ଘାଇଙ୍କ ବିରୁଦ୍ଧରେ ଅଭିନେତ୍ରୀ କେଟ ଶର୍ମା ପୋଲିସ ଷ୍ଟେସନରେ ଏତଲା ରୁଜୁ କରିଛନ୍ତି । ତାଙ୍କ କହିବା ଅନୁସାରେ ୬ ଅଗଷ୍ଟକୁ ସେ ତାଙ୍କ ଘରକୁ ଡାକିଥିଲେ । ତାହା ପୂର୍ବରୁ ୫ରୁ ୬ ଜଣ ଲୋକ ଉପସ୍ଥିତ ଥିଲେ । ସେଠାରେ ସେ ତାଙ୍କୁ ମସାଜ କରିବା ପାଇଁ କହିଥିଲେ ।

ଏହାପରେ ସେ କହିଛନ୍ତିଯେ ସେ ତାଙ୍କ ମସାଜ କଲେ ଏବଂ ହାତ ଧୋଇବାକୁ ଚାଲିଗଲେ । ତହା ପରେ ସୁଭାଷ ତାଙ୍କ ପଛରେ ଆସିଲେ ଏବଂ ରୁମକୁ ଏକା ଡାକିଲେ ଏବଂ ଜବରଦସ୍ତୀ କିସ କରିବାକୁ ଲାଗିଲେ । ଏହାପରେ ସେ ସେଠାରୁ ତାଙ୍କୁ ଚାଲିଯିବାକୁ କହିଲେ,କିନ୍ତୁ ତାଙ୍କ ସହିତ ରାତିରେ ନ ରହିଲେ ସେ ତାଙ୍କୁ ଲଂଚ କରିବେ ନାହିଁ ବୋଲି କହିଲେ ।

ସୁଭାଷଙ୍କ କହିବା ଅନୁସାରେ ପୁରୁଣା କଥାକୁ କାହିଁକି ଆଲୋଚନା କରାଯାଉଛି ଯେଉଁଥିରେ କିଛି ସତ୍ୟତା ନାହିଁ । ଏହା ସହିତ ସେ ଫିଲ୍ମ ସେଟରେ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More