Only for Entertainment

ଶାହରୁଖଙ୍କ ମୀର ଫାଉଣ୍ଡେସନ କରୁଛି ୧୨୦ଏସିଡ ଆକ୍ରମଣରେ ଆହତ ପୀଡିତାଙ୍କ ସାହାଯ୍ୟ !

18

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଅଭିନୟ ସହ ଅନେକ ସମୟରେ ସମାଜ ସେବା କରୁଥିବାର ଦେଖା ଯାଇଥାଏ । ନିଜ ମୀର ଫାଉଣ୍ଡେସନ ଜରିଆରେ ସେ ଲୋକଙ୍କ ସେବା କରୁଥିବାର ଅନେକ ଦୃଶ୍ୟ ପୂର୍ବରୁ ଆସି ସାରିଛି । ଏବେ ତାଙ୍କ ଫାଉଣ୍ଡେସନ କରୁଥିବା ଏକ ବଡ଼ କାମ ସାମ୍ନାକୁ ଆସିଛି । ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ୧୨୦ଜଣ ପୀଡ଼ିତାଙ୍କର ଚିକିତ୍ସା ପାଇଁ ଶାହାରୁଖ୍‌ଙ୍କ ଫାଉଣ୍ଡେସନ କାମ କରୁଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରଟି ସାମ୍ନାକୁ ଆସିବା ପରେ ଲୋକେ ଶାହାରୁଖ୍‌ଙ୍କ ଏଭଳି ପଦକ୍ଷପକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।


ନିଜ ଇନ୍‌ଷ୍ଟାରେ ଶାହାରୁଖ୍‌ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ ସହ ନଜର ଆସୁଛନ୍ତି । ଫଟୋର କ୍ୟାପ୍‌ସନରେ ଲେଖିଛନ୍ତି କି, ମୀର ଫାଉଣ୍ଡେସନକୁ ବହୁତ ବହୁତ ଧନ୍ୟବାଦ୍‌ । ଯିଏ #ToGetHerTransformed ଅଭିଯାନ ଆରମ୍ଭ କରିଛନ୍ତି । ମୁଁ ସେହି ୧୨୦ଜଣେ ଏସିଡ୍‌ ଆକ୍ରମଣର ପୀଡ଼ିତାଙ୍କୁ ଶୁଭେଚ୍ଛା ଜଣାଇବି, ଯେଉଁମାନଙ୍କର ଏବେ ଚିକିତ୍ସା ଚାଲୁ ରହିଛି । ଏଭଳି ଭଲ କାମରେ ଯେଉଁ ଡାକ୍ତରମାନେ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More