Only for Entertainment

ଶ୍ରଦ୍ଧା କପୁର ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଲେ ଏଭଳି ଉପହାର, ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।

Watnopaarpunjabinews.com
34

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ତାଙ୍କର ୩୧ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଜନ୍ମଦିନରେ ସେ ଫ୍ୟାନଙ୍କୁୁ ଏକ ଖାସ ଉପହାର ଦେଇଛନ୍ତି । ନିକଟରେ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ସାହୋର ଦ୍ୱିତୀୟ ଭିଡ଼ିଓ ରିଲିଜ କରାଯାଇଛି । ଏହା ମଧ୍ୟ ଆକ୍ସନରେ ଭରପୂର ।

ଭିଡ଼ିଓରେ ଶ୍ରଦ୍ଧା ଦବଙ୍ଗ ଚରିତ୍ରରେ ନଜର ଆସିଛନ୍ତି । ସାଧାସିଧା ଦେଖା ଯାଉଥିବା ଶ୍ରଦ୍ଧାକୁ ଜବରଦସ୍ତ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି । ଏହି ନୂଆ ଭିଡ଼ିଓରେ ପ୍ରଭାସଙ୍କୁ ମଧ୍ୟ ଫାଇଟ କରୁଥିବାର ଦେଖିବାକୁ ମିଳିଛି । ୧ ମିନିଟ ୨ ସେକେଣ୍ଡର ଏହି ଭିଡ଼ିଓ ଗୁଳି ଏବଂ ବନ୍ଧୁକରେ ଭରପୂର । ଦୃଶ୍ୟ ଦେଖି ଜଣାପଡ଼ୁଛି ଶ୍ରଦ୍ଧା ଭାବୁଛନ୍ତି ଗୁଳି ଚଳାଇବେ ନା ନାହିଁ । କିନ୍ତୁ ଏହାପରେ ଗନ ଉଠାଇ ଫାୟର କରୁଛନ୍ତି ।

କହିରଖୁଛୁଯେ ଏହା ପୂର୍ବରୁ ଫିଲ୍ମର ପ୍ରଥମ ଟିଜର ରିଲିଜ ହୋଇଥିଲା । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁଜିତ ଏବଂ ଏହା ହିନ୍ଦୀ, ତାମିଲ ଏବଂ ତେଲୁଗୁ ତିନୋଟି ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More