Only for Entertainment

ଶାହରୁଖଙ୍କ ଏହି ଅଭିନେତ୍ରୀଙ୍କୁ ଫେସବୁକରେ ଆସିଲା ଖରାପ ମେସେଜ, ମୁମ୍ବାଇ ପୁଲିସକୁ ମାଗିଲେ ସାହାଯ୍ୟ !

thestatesman
74

ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ କଭି ହାଁ କଭି ନା’ରେ ନଜର ଆସିଥିବା ଅଭିନେତ୍ରୀ ସୂଚିତ୍ରା କୃଷ୍ଣମୂର୍ତ୍ତି ଅନେକ ଦିନ ହେବ ଗ୍ଲାମର ଦୁନିଆରୁ ଖୁବ ଦୂରରେ । ଜଣେ ବ୍ୟକ୍ତି ତାଙ୍କୁ ଫେସବୁକରେ ଖରାପ ମେସେଜ କରୁଥିବା କାରଣରୁ ନିକଟରେ ସେ ମୁମ୍ବାଇ ପୁଲିସଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି । ସୂଚିତ୍ରା ଏହି ଖରାପ ମେସେଜର ସ୍କ୍ରିନ ସଟ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ଏହାସହ ପୁଲିସ ଠାରୁ ସହାୟତା ମାଗିଛନ୍ତି ।

ସେ ଟ୍ୱିଟ କରିବା ମାତ୍ରେ ହିଁ ମୁମ୍ବାଇ ପୁଲିସ ଏହାର ଜବାବ ଦେଇଥିଲେ ଏବଂ ମାମଲାକୁ ନିଜ ସୋସିଆଲ ମିଡିଆ ସେଲରେ ଏବଂ ସାଇବର ପୁଲିସ ଷ୍ଟେସନକୁ ଟ୍ରାନ୍ସଫର କରି ଦେଇଥିଲେ । ଅସଲରେ ସୂଚିତ୍ରା ସ୍କ୍ରିନସଟ ଶେୟାର କରି ଲେଖିଛନ୍ତି ଯେ ଯେତେବେଳେ କେହି ନ୍ୟାସନାଲ କ୍ରାଇମ ପ୍ରିବେଂଶନ କାଉଂସିଲରେ କାମ କରୁଥିବା ଦାବି କରେ ଏବଂ ଏହାପରେ ସେ ମହିଳାଙ୍କୁ ଏଭଳି ବିବ୍ରତ କରାଏ , ତେବେ ମହାରାଷ୍ଟ୍ର ସାଇବର ପୁଲିସ ଏବଂ ମୁମ୍ବାଇ ପୁଲିସ ଏହା ଉପରେ ଧ୍ୟାନ ଦିଅନ୍ତୁ ।

ଏହି ଟ୍ୱିଟ ଦେଖି ମୁମ୍ବାଇ ପୁଲିସ ସାଙ୍ଗେ ସାଙ୍ଗେ ତାଙ୍କୁ କଂଟାକ୍ଟ ଡିଟେଲ୍ସ ମାଗିଛନ୍ତି । ମୁମ୍ବାଇ ପୁଲିସଙ୍କ ପ୍ରତିକ୍ରିୟା ଦେଖି ସୂଚିତ୍ରା ଖୁସି ହୋଇ ମୁମ୍ବାଇ ପୁଲିସକୁ ଧନ୍ୟବାଦ ଜଣାଇଥିଲେ ।

ଏହିଭଳି ମୁମ୍ବାଇ ପୁଲିସଙ୍କ ରିଟ୍ୱିଟ ଦେଖି ଜଣା ପଡୁଛି ଯେ ସୋସିଆଲ ମିଡିଆରେ ମୁମ୍ବାଇ ପୁଲିସ କେତେ ଆକ୍ଟିଭ ଏବଂ କୌଣସି ଘଟଣା କେତେ ସଜାଗ ରହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ବଲିଉଡରେ ସୂଚିତ୍ରାଙ୍କ ଫେମ ଖୁବ ବଡ । ସେ ଅଭିନେତ୍ରୀ ସହ ଜଣେ ଭଲ ସିଙ୍ଗର ମଧ୍ୟ ଅଟନ୍ତି । ସେ ବଲିଉଡରେ ଶାହରୁଖଙ୍କ ସହ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ହିଟ ହୋଇଥିଲା ଏବଂ ତାଙ୍କର ଅଭିନୟକୁ ଖୁବ ପ୍ରଶଂସା ମଧ୍ୟ ମିଳିଥିଲା । ସୂଚିତ୍ରା ଆଲବମ ‘ଡୋଲେ ଡୋଲେ’ , ‘ଦମ ତାରା’ ଏହି ସବୁ ଗୀତ ତାଙ୍କୁ ଖୁବ ପପୁଲାର ବନେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More