Only for Entertainment

୨୦୧୯ରେ ପୁଣିଥରେ ପରଦାରେ ଦେଖିବାକୁ ମିଳିବ ଶାହରୁଖ-କାଜୋଲଙ୍କ ଯୋଡି !

CNN
43

ବଲିଉଡର ସବୁଠାରୁ ଚର୍ଚ୍ଚିତ ଅନସ୍କ୍ରିନ ଯୋଡି ହେଉଛି କିଙ୍ଗ ଖାନ୍ ଶାହରୁଖ୍ ଓ କାଜୋଲଙ୍କ ଯୋଡି । ଏମାନଙ୍କ ପେୟାରିଂ ଆଜି ବି ପରଦାରେ କରିଥାଏ ରାଜ୍ । ଏମାନଙ୍କ ଯୋଡି ବାଜିଗର୍, ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ, କୁଛ କୁଛ ହୋତା ହୈ, କଭି ଖୁସି କଭି ଗମ୍ ଭଳି ସିନେମାରେ ନିଜ ରୋମାନ୍ସର ଯାଦୁ ଦେଖାଇ ସିନେ ପ୍ରେମୀଙ୍କ ମନ ଜିତି ପାରିଛନ୍ତି । ଶେଷଥର ପାଇଁ ରୋହିତ ସେଟ୍ଟିଙ୍କ ଫିଲ୍ମ ଦିଲ୍ୱାଲେରେ ଦେଖିବାକୁ ମିଳିଥିଲା । ଏବେ ୨୦୧୯ରେ ପୁଣିଥରେ ଏହି ଯୋଡି ସ୍କ୍ରିନକୁ ଫେରିବାକୁ ଯାଉଛନ୍ତି । ଇଫ୍ରାନ୍ ଖାନଙ୍କ ଅଭିନୀତ ହିନ୍ଦୀ ମିଡିଅମର ସିକ୍ୱେଲ୍ ସିନେମାରେ ଶାହରୁଖ୍ ଓ କାଜୋଲଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ତେବେ ଶାହରୁଖ୍ ଓ କାଜୋଲ୍ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି ।

srk and kajol

ଶାହରୁଖ ଏବଂ କାଜୋଲଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଶାହରୁଖ ଖୁବ ଶୀଘ୍ର ଫିଲ୍ମ ଜିରୋରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ । ସେହିପରି କାଜୋଲଙ୍କୁ ସେଷ ଥର ପାଇଁ ହେଲିକ୍ଟର ଇଲାରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More