Only for Entertainment

‘ପଦ୍ମାବତ’ ପରେ ସଂଜୟ ଲୀଲା ଭଂସାଲୀଙ୍କ ବଡ ଧମାକା, ସଲମାନ ଖାନଙ୍କ ସହିତ ନଜର ଆସିବେ ଶାହରୁଖ ଖାନ , ଏହା ହେଉଛି ବଡ ପ୍ଲାନିଂ

Deccan Chronicle
40

ଶାହରୁଖ ଖାନଙ୍କ ଫିଲ୍ମ ଜିରୋ ରିଲିଜ ହେବା ସମୟରେ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତାହା ହେଉଛି ଦୁହେଁ ଇଂଶାଅଲ୍ଲାହ ନାମକ ଏକ ଫିଲ୍ମରେ ଏକା ସହିତ ନଜର ଆସିବେ । ଏହା ଏକ ମଲ୍ଟିଷ୍ଟାରର ଫିଲ୍ମ ହେବ ଏବଂ ଏହାର ନିର୍ଦ୍ଦେଶନା ହେବେ ସଂଜୟ ଲୀଲା ଭଂସାଲୀ । କିନ୍ତୁ ସେତେବେଳେ ଏହି ଖବରକୁ କେହି କନଫର୍ମ କରିନଥିଲେ । କିନ୍ତୁ ଏହି ଖବର ପୁଣିଥରେ ଭାଇରାଲ ହେବାରେ ଲାଗିଛି । ଶୁଣିବାକୁ ମିଳିଛି ଯେ ସଂଜୟ ଲୀଲା ଭଂସାଲୀ ଖୁବ ଶୀଘ୍ର ଏହି ଦୁଇ ଷ୍ଟାରର୍ସଙ୍କୁ ଫି ଲ୍ମରେ କାଷ୍ଟ କରିବା ପାଇଁ ଚାହିଁ ବସିଛନ୍ତି । ଫିଲ୍ମଫେୟର ଅନୁସାରେ, ସଂଜୟ ଲୀଲା ଭଂସାଲୀ ଖୁବ ଶୀଘ୍ର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୂୁ ଯାଉଛନ୍ତି । ଏହି ଦୁଇ ଷ୍ଟାରଙ୍କୁ ଧ୍ୟାନରେ ରଖି ଏବେ ଫିଲ୍ମର କାହାଣୀ ଲେଖିାଯାଉଛି ।

shahrukh

ଆପଣଙ୍କୁ କହି ରଖୁଛୁ ଯେ, ଭଂସାଲୀ ସଲମାନ ଖାନଙ୍କ ସହିତ ଖାମେସୀ, ହମ ଦିଲ ଦେ ଚୁକେ ସନମ ପରି ସଫଳ ଫିଲ୍ମ ରେ କାମ କରିଛନ୍ତି । ସେ ହିପରି ଶାହରୁଖ ଖାନଙ୍କ ସହିତ ଦେବଦାସରେ କାମ କରିଛନ୍ତି । ଯଦି ଏହି ଦୁଇ ସୁପରଷ୍ଟାର ଭଂସାଲୀଙ୍କ ଫିଲ୍ମରେ ଏକା ସହିତ ନଜର ଆସିବେ ତେବେ ଏହା ଦର୍ଶକଙ୍କ ପାଇଁ କୌଣସି ଉପହାର ଠାରୁ କମ ହେବ ନାହିଁ ।

ଆପଣ ନିଶ୍ଚିତ ଜାଣିଥିବେ ଯେ , ସଲମାନ ଏବଂ ଶାହରୁଖଙ୍କ ମଧ୍ୟରେ ଫ୍ୟାଚଅପ ହେବା ପରେ ଦୁହେଁ ପରସ୍ପରଙ୍କ ଫିଲ୍ମରେ କ୍ୟାମିୟୋ ଭାବେ ନଜର ଆସିଥିଲେ । ଶାହରୁଖ ଖାନଙ୍କ ଫିଲ୍ମ ଜିରୋରେ ସଲମାନ ନା କେବଳ ଅତିଥି ଭୂମିକାରେ ନଜର ଆ ସିଥିଲେ ତାହା ନୁହେଁ ବରଂ ଫି ଲବଳର ପ୍ରମୋଶନ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More