Only for Entertainment

ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କୁ ପଛରେ ପକାଇ ଶାହାରୁଖ ହେଲେ ବାଦଶାହା

Amar Ujala
0 60

ବଲିଉଡର ବାଦଶାହା ଶାହାରୁଖ ଖାନଙ୍କର ପ୍ରଶଂସକ ନା କେବଳ ଭାରତରେ ବରଂ ଭାରତ ବାହାରେ ମଧ୍ୟ ଦେଖିବାକୁ ମିଳେ । ସେଥିପାଇଁ ତ ସେ ଯେଉଁଠିକି ଯାଆନ୍ତୁ ନା କାହିଁକି ତାଙ୍କର ଜଲୱା ସବୁଠାରେ ଦେଖିବାକୁ ମିଳେ । ବର୍ତ୍ତମାନ ଶାହାରୁଖ ତାଙ୍କ ନାମରେ ଆଉ ଏକ ରେକର୍ଡ କରିଛନ୍ତି । ଏବଂ ଏହା ସମ୍ଭବ ହୋଇଛି ତାଙ୍କ ପ୍ରଶଂସକଙ୍କ ପାଇଁ । ଆଜ୍ଞା ହଁ, ଶାହାରୁଖ ଖାନ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । କଥାଟି ହେଉଛି ଏପରି ୱିକିପିଡିୟାରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟିଙ୍କ ମଧ୍ୟରେ ଶାହାରୁଖ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ମାମଲାରେ ସେ ହଲିଉଡ୍ ସୁପରଷ୍ଟାର ଟମ କ୍ରୁଜଙ୍କୁ କେତେ ପଛରେ ପକାଇଛନ୍ତି । ଟମ କ୍ରୁଜ ଏହି ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି । ସେହିପରି ତାଲିକାର ପ୍ର୍ରଥମ ସ୍ଥାନରେ ରହିଛନ୍ତି ପ୍ରସିଦ୍ଧ ଟିଭି କଳାକାର କିମ କର୍ଦଶିୟା ।

ୱିକିପିଡିୟାରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟିଙ୍କ ତାଲିକା ୨୦୦୭ ରୁ ୧୦୧୭ ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏହାର ସୂଚନା ଏସଆରକେ ୟୁନିଭର୍ସ ନିଜ ଟୁଇଟର ପେଜରେ ଶେୟାର କରିଛନ୍ତି ।


ଶାହାରୁଖ ବର୍ତ୍ତମାନ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥରେ ସେ ଏକ ବାମନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବଲିଉଡର ସବୁଠାର ମହଙ୍ଗା ଫିଲ୍ମ ମଧ୍ୟରୁ ଏକ । ଶାହାରୁଖଙ୍କ ବ୍ୟତୀତ ଏହି ଫିଲ୍ମରେ ଅନୁଷ୍କା ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More