Only for Entertainment

ଶାହାରୁଖ ମଲାଇକା ଅରୋରା ନୁହଁନ୍ତି ବରଂ ଏହି ଆକ୍ଟରଙ୍କ ସହିତ କଲେ ଛେୟାଁ ଛେୟାଁ ଡ୍ୟାନ୍ସ ।

ndtv
19

ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଦିଲ ସେ’ରେ ମଲାଇକାଙ୍କ ଗୀତ ଛେୟାଁ ଛେୟାଁ ଆଇକନିକ ସଙ୍ଗ ହୋଇ ସାରିଛି । ବିଭିନ୍ନ ସ୍ଥାନରେ ତାରକା ମାନେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତକୁ ୨୦ ବର୍ଷ ହେବା ଉପଲକ୍ଷେ ମଲାଇକା ପୁଣିଥରେ ଜିମରେ ଛେୟାଁ ଛେୟାଁ ଗୀତରେ ଡ୍ୟାନ୍ସ କରିଥିଲେ, ଏବଂ ଆମେ ଆପଣଙ୍କୁ ସେହି ଭିଡ଼ିଓ ଦେଖାଇଥିଲୁ । ଏବେ ଶାହାରୁଖମଧ୍ୟ ଏହି ଟ୍ରେଣ୍ଡରେ ଯୋଡ଼ି ହୋଇ ଯାଇଛନ୍ତି । ଫିଲ୍ମଫେୟାର ୨୦୧୯ର ଇଭେଂଟରେ ଶାହାରୁଖଙ୍କୁ ଛେୟାଁ ଛେୟାଁ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାର ସୁଯୋଗ ପାଇଛନ୍ତି ଦଶର୍କ । କିନ୍ତୁ ସବୁଠାରୁ ଖାସ କଥା ହେଉଛ ିଶାହାରୁଖଙ୍କ ସହିତ ମଲାଇକା ଅରୋରା ନୁହଁନ୍ତି ବରଂ ନଜର ଆସିଛନ୍ତି ରାଜକୁମାର ରାଓ । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଗୀତ ପଛର ବ୍ୟାକଗ୍ରାଉଣ୍ଡ ଏତେ ପ୍ରାକୃତିକ ହୋଇଛି ଯାହାକୁ ଦେଖିଲେ ଆଖି ଧୋକା ପାଇଯିବ । ତେବେ ନିଜ ଆଇଡଲଙ୍କ ସହିତ ଡ୍ୟାନ୍ସ କରିବାର ସୁଯୋଗ ମିଳିଥିବାରୁ ନିଜର ଖୁସି ଦେଖାଇଛନ୍ତି ରାଜକୁମାର । ତେବେ ରାଜଙ୍କ ଟ୍ୱିଟରେ ଶାହାରୁଖଙ୍କ ଉତ୍ତର ଥିଲା କିଛି ଭିନ୍ନ । ଯେଉଁଥିରେ ସେ ଲେଖିଛନ୍ତି ନା ନା ୟାର ତୁମ ସହିତ ଡ୍ୟାନ୍ସ କରି ମଜା ଆସିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More