Only for Entertainment

ସାମ୍ନାକୁ ଆସିଲା ଶାହରୁଖଙ୍କ ଲାଡଲୀ ସୁହାନା ଖାନଙ୍କ ଫିଲ୍ମର ଟିଜର, ଭିଡିଓରେ ଦେଖିବାକୁ ମିଳିଲା ସୁନ୍ଦର ଅନ୍ଦାଜ

latestly
54

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ସୁହାନାଙ୍କ ଫ୍ୟାନ୍ସ ତାଙ୍କର ବଲିଉଡ ଡେବ୍ୟୁକୁ ଉତ୍ସାହର ସହିତ ଚାହିଁ ବସିଛନ୍ତି । ଇତି ମଧ୍ୟରେ ସୁହାନାଙ୍କ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ର ଟିଜର ସାମ୍ନାକୁ ଆସିଛି । ଫିଲ୍ମର ଟିଜରରେ ସୁହାନା ଖୁବ ସୁନ୍ଦର ଲାଗୁଥିବା ବେଳେ ଟିଜରଟି ଏକ ହଲିଉଡ ରୋମାଣ୍ଟିକ ଫିଲ୍ମର ଅନୁଭବ ଦେଉଛି ।

ଟିଜର ଭିଡିଓକୁ ସୁହାନା ଖାନଙ୍କ ଏକ ଫ୍ୟାନକ୍ଲବ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟିଜର ଭିଡିଓରେ ସୁହାନା ଜଣେ ଯୁବକଙ୍କ ସହିତ କଥା ଦେଉଥିବାର ନଜର ଆସିଛନ୍ତି । ଟିଜର ଦେଖିବା ପରେ ସୁହାନାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫ୍ୟାନ୍ସଙ୍କ କହିବା ଅନୁସାରେ ସୁହାନା ନିଜ ଅଭିନୟ ବଳରେ ସମସ୍ତଙ୍କ ହୃଦୟ ଜିତି ନେବେ ଏବଂ ଆଗକୁ ଭଲ କାମ କରିବେ ।

ଦେଖନ୍ତୁ ଭିଡିଓ-

 

View this post on Instagram

 

The Grey Part Of Blue Short film teaser 😍♥️

A post shared by Suhana Khan (@suhanakhanoffcial) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More