Only for Entertainment

ପିତା ଶାହରୁଖଙ୍କ ଠାରୁ ମଧ୍ୟ ଚାରି ପାଦ ଆଗରେ ସୁହାନା, ଭାୟରାଲ ହେଉଥିବା ଫଟୋରେ ନଜର ଆସିଲା କୁଲ ଅନ୍ଦାଜ ।

IBTimes India
0 67

ସୁପରଷ୍ଟାର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ୧୮ବର୍ଷରେ ପର୍ଦାପଣ କରିଛନ୍ତି । ସୁହାନାଙ୍କ ଭିଡିଓ ଏବଂ ଫଟୋ ସବୁବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ଏବଂ ଏବେ ତାଙ୍କର ବାପା ଶାହରୁଖଙ୍କ ସହ ଆଇପିଏଲ ମ୍ୟାଚରେ ମଧ୍ୟ ସେ ନଜର ଆସିଥିଲେ ।

ସୁହାନା ଖାନଙ୍କୁ ବଲିଉଡରେ ଡେବ୍ୟୁ କରିବା ଲାଗି ଅନେକ ସମୟ ଲାଗିପାରେ କିନ୍ତୁ ଏବେ ଠାରୁ ସେ ଲାଇମଲାଇଟରେ ରହିବା ଆରମ୍ଭ କରିସାରିଲେଣି ।


ଗତ କିଛି ଦିନ ପୂର୍ବେ ସୁହାନା ଖାନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


ଏକ ଫଟୋରେ ସୁହାନା ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି ତ ଅନ୍ୟ ଏକ ଫଟୋରେ ତାଙ୍କର ଫଟୋ ମର୍ଡନ ଲୁକ ନଜର ଆସିଛନ୍ତି । ଦୁଇଟି ଯାକ ଫଟୋ ତାଙ୍କର ଫ୍ୟାନ ପେଜରେ ସେୟାର କରାଯାଇଛି ।

ସୁହାନା ଅନେକ ସମୟରେ ତାଙ୍କର ଦାମୀ ଆଉଟଫିଟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ପିତା ଶାହରୁଖଙ୍କ ଜନ୍ମଦିନରେ ମଧ୍ୟ ସୁହାନା ୫୦ହଜାର ଟଙ୍କା ମୂଲ୍ୟର ଟି-ସାର୍ଟରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More