Only for Entertainment

‘ଜିରୋ’ର ଟ୍ରେଲର ଦେଖିବା ପରେ ଏପରି ଥିଲା ଶାହରୁଖଙ୍କ ପୁଅ ଅବରାମଙ୍କ ରିଆକ୍ସନ ।

India Today
21

ବଲିଉଡ ବାଦଶାହ ଶାହକରୁଖ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଶାହରୁଖଙ୍କ ଜନ୍ମଦିନ ଅବସରରେ ଫମିଲ୍ମର ଟ୍ରେଲରକୁ ରିଲିଜ କରାଯାଇଥିଲା । ଫିଲ୍ମରେ ଶାହରୁଖ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ପୂର୍ବରୁ ଶାହରୁଖଙ୍କୁ ଏପରି ଭୂମିକାରେ ଦେଖିବାକୁ ମିଳିନାହିଁ । ଫିଲ୍ମର ଟ୍ରେଲରକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଶାହରୁଖଙ୍କ ଭୂମିକାରୁ ପ୍ରଶଂସା କରିଛନ୍ତି । ଶାହରୁଖଙ୍କ ପୁଅ ଅବରାମ ମଧ୍ୟ ଜିରୋର ଟ୍ରେଲର ଦେଖିବା ପରେ ନିଜ ରିଆକ୍ସନ ଦେଇିଛନ୍ତି ।

srk 1

ଏକ ଇଣ୍ଟରଭ୍ୟୁରେ ଶାହରୁଖ କହିଥିଲେ, ଅବରାମ ଫିଲ୍ମର ଟ୍ରେଲରକୁ ଖୁବ ପସନ୍ଦ କରିଛି । ଟ୍ରେଲର ଦେଖିବା ପରେ ସେ କହିଥିଲା ଟୁ ଗୁଡ୍ । ଆଗକୁ ଶାହରୁଖ କହିଥିଲେ, ମୋତେ ଲାଗୁଛି ୫ ବର୍ଷରେ ଜମେ ସେସିଂବୁଲ ହୋଇଯାଇଥାଏ । ଏହା ମୋର ପ୍ରଥମ ଫିଲ୍ମ ହେବ ଯାହା ଅବରାମ ବୁଝିପାରିବ ଏବଂ ଫିଲ୍ମ ଉପରେ ରିଭ୍ୟୁ ଦେଇପାରିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଶାହରୁଖଙ୍କ ଏହି ଫିଲ୍ମ ୨୧ ଡିସେମ୍ବରରେ ରିଲିପଜ ହେବ । ଫିଲ୍ମରେ ଶାହରୁଖ ବାମନ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଫିଲ୍ମରେ ଶାହରୁଖଙ୍କ ବ୍ୟତିତ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More