Only for Entertainment

ଶାହାରୁଖଙ୍କ ବଡ ଖୁଲାସା, ଅଭିନୟକୁ କରିବେ ଅଲବିଦା !

Amar Ujala
0 60

ଅନେକ ବର୍ଷପରେ ଶାହାରୁଖ ଖାନ ଏବଂ ରାଣୀ ମୁଖାର୍ଜୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରାଣୀ ଏବଂ ଶାହାରୁଖ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ରାଣୀଙ୍କ ସାମ୍ନାରେ ଶାହାରୁଖ ତାଙ୍କ ଜୀବନର ସବୁଠାରୁ ବଡ ‘ହିଚକୀ’ ବା ସବୁଠାରୁ କଠିନ ମୃହୁର୍ତ୍ତର ଖୁଲାସା କରିଛନ୍ତି । ଏହି ଭିଡିଓରେ ଶାହାରୁଖ କହିଛନ୍ତି ତାଙ୍କୁ ୧୫ ବର୍ଷ ହେଇଥିବା ବେଳେ ତାଙ୍କ ପିତାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା । ପିତାଙ୍କ ମୃତ୍ୟୁପରେ ପରେ ତାଙ୍କ ମା’ଙ୍କର ମଧ୍ୟ ନିଧନ ହୋଇଯାଇଥିଲା । ପିତା ମାତାଙ୍କ ନିଧନ ପରେ ତାଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ଏବଂ ସେ ଭାଙ୍ଗି ପଡିଥିଲେ ।

ଏହା ସହିତ ଶାହାରୁଖ କହିଥିଲେ ଯେ ପିତା ମାତାଙ୍କ ନିଧନ ପରେ ଦୁଃଖରୁ ବାହାରିବାର ମଉକା ତାଙ୍କୁ ମିଳିନଥିଲା । ଦୁଃଖକୁ ଭୁଲିବା ପାଇଁ ସେ ଫିଲ୍ମରେ ଅଭିନୟ କରିବା ପାଇଁ ଚାହୁଁଥିଲେ । ଏବଂ ଏହି ସମୟରେ ତାଙ୍କୁ ଫିଲ୍ମର ଅଫର ମଧ୍ୟ ଆସିଥିଲା । ଶାହାରୁଖ ଏହା ସହିତ କହିଥିଲେ ଯେ, ‘ଅଭିନୟ ମୋ ପାଇଁ ପେଶା ନୁହେଁ ଏହା ଏକ ମାଧ୍ୟମ ଯାହା ଦ୍ୱାରା ମୁଁ ମୋର ପିତା ମାତାଙ୍କ ସହ ଜଡିତ ଭାବନାକୁ ପରଦାରେ ଦର୍ଶାଇ ଧୀରେ ଧୀରେ ନିଜ ଦୁଃଖକୁ କମ୍ କରିବାକୁ ଚେଷ୍ଟା କରିଛି ।’

ଏହା ସହିତ ଶାହାରୁଖ କହିଛନ୍ତି ଯେଉଁ ଦିନ ତାଙ୍କୁ ଲାଗିବ ଯେ ତାଙ୍କ ମାତା ପିତାଙ୍କ ସହିତ ଜଡିତ ସବୁ ଭାବନାକୁ ସେ ନିଜ ଭିତରୁ ବାହାର କରିଦେଇଛନ୍ତି ସେ ଦିନଠାରୁ ଅଭିନୟ କରିବା ଛାଡିଦେବେ । ଏବଂ ଏ କଥା ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସେ ଜଣାଇଛନ୍ତି । ଶାହାରୁଖ ଏହା ମଧ୍ୟ କହିଛନ୍ତି ଭଗବାନ ଯେବେ କୌଣସି ‘ହିଚକୀ’ ଦେଇଥାନ୍ତି ତେବେ ତାହାକୁ ଭୁଲିବା ପାଇଁ ଉପାୟ ମଧ୍ୟ ଦେଇଥାନ୍ତି ।

ଆସନ୍ତୁ ଦେଖିବା ଶାହାରୁଖ ଏବଂ ରାଣୀ ମୁଖାର୍ଜୀଙ୍କର ଏହି ଆଳାପ । ଯାହାକୁ ‘ହିଚକୀ’ ର ମେକର୍ସ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ରାଣୀ ମୁଖୀର୍ଜୀ ଚାରି ବର୍ଷପରେ ‘ହିଚକୀ’ ଜରିଆରେ ବଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ମୋଟିଭେସନ ସ୍ପିକର ବ୍ରାଡ କୋହେନଙ୍କ ଆତ୍ମକଥା ଉପରେ ଆଧାରିତ । ରାଣୀ ଏହି ଫିଲ୍ମରେ ଏକ ସ୍କୁଲ ଟିଚର ଭୂମିକାରେ ନଜର ଆସିବେ । ଫିଲ୍ମ ୨୩ ମାର୍ଚ୍ଚକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More