Only for Entertainment

ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ବଂଚାଇବାକୁ ଯାଇ ପୋଡ଼ି ହୋଇଗଲେ କିଙ୍ଗ ଖାନ୍

timesnow
21

ନିକଟ ଅତୀତରେ ଶେଷ ହୋଇ ସାରିିଛି ଦୀପାବଳି । ସାଧାରଣ ଲୋକଙ୍କ ଭଳି ବଲିଉଡ ସେଲିବ୍ରେଟଠୀ ମଧ୍ୟ ଘରେ ରଖିଥିଲେ ପାର୍ଟି । ଏହି ମାନଙ୍କ ମଧ୍ୟରେ ରହିଛି ବିଗ ବି ଅମିତାଭଙ୍କ ନାମ । ପର୍ବ ଅବସରରେ ସେ ତାଙ୍କ ଘରକୁ ସମସ୍ତ ସେଲିବ୍ରେଟୀଙ୍କୁ ନିମନ୍ତ୍ରଣ କରିଥିଲେ,ଯେଉଁଠାରେ ପହଂଚିଥିଲେ ଏକାଧିକ କଳାକାର । ଅମିତାଭଙ୍କ ଘରେ ଏହି ଅବସରରେ କଳାକାର ଏକାଠି ହୋଇ ଧୁମ୍‌ଧୁମ୍‌ରେ ଦୀପାବଳି ପାଳୁଥିବା ବେଳେ ହଠାତ ଏକ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କାହାରି ବିଶେଷ କିଛି କ୍ଷତି ହୋଇ ନାହିଁ। ଦୀପାବଳି ଅବସରରେ ଅସାବଧାନତା ହେତୁ ଐଶ୍ୱର୍ଯ୍ୟା ରାୟଙ୍କ ମ୍ୟାନେଜର ଥିବା ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗି ଯାଇଥିଲା। ଅର୍ଚ୍ଚନାଙ୍କ ଲେହେଙ୍ଗାରେ ଲାଗିଥିବା ନିଆଁକୁ ଶାହାରୁଖ ଦେଖି ନେଇଥିଲେ ଏବଂ ଦଉଡି ଆସି ନିଜ ଜ୍ୟାକେଟ୍‌ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଅର୍ଚ୍ଚନାଙ୍କ ହାତ ଓ ଗୋଡ ପୋଡି ଯାଇଥିବା ବେଳେ ଶାହାରୁଖଙ୍କ ବି ଶରୀରର  କିଛି ଅଂଶ ଆଂଶିକ ପୋଡି ଯାଇଥିବା ଜଣାପଡ଼ିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More