Only for Entertainment

ଗାଡ଼ି ଉପରେ ଚଢି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ଶାହାରୁଖ ।

aajtak
26

ବଲିଉଡର ବାଦଶାହ ଶାହାରୁଖ ଖାନ ଗତକାଲି କିଭଳି ତାଙ୍କ ବଙ୍ଗଳା ମନ୍ନତର ବାଲକୋନିକୁ ଆସି ଫ୍ୟାନ୍ସ ମାନଙ୍କୁ ଇଦ ଉପଲକ୍ଷେ ଶୁଭେତ୍ସା ଜଣାଇଥିଲେ ତାହାର ଫଟୋ ଆମେ ଆପଣଙ୍କ ନିକଟରେ ପହଂଚାଇଥିଲୁ । ଏବେ ପୁଣିଥରେ ଭାଇରାଲ ହେଉଛି ଶାହାରୁଖ ଖାନଙ୍କ ଏକ ଭିଡ଼ିଓ ।

 


ବାସ୍ତବରେ ଇଦ ଉପଲକ୍ଷେ ପୁଣି ଏକ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଶୁଭେତ୍ସା ଜଣାଇଛନ୍ତି । ଶାହାରୁଖ ଗାଡ଼ି ଉପରେ ଚଢି ଏଭଳି ଅନ୍ଦାଜରେ ଫ୍ୟାନ୍ସଙ୍କୁ ଶୁଭେତ୍ସା ଜଣାଇଲେ ଫ୍ୟାନ୍ସଙ୍କର ଖୁସିର ସୀମା ରହିଲା ନାହିଁ, ସମସ୍ତେ ଉଇ ଲଭ ୟୁ ବୋଲି ନାରା ଲଗାଇଲେ ।
ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଶାହାରୁଖ ହଲିଉଡର ନେଟଫ୍ଲିକ୍ସ ଶୋ ‘ ମାଇ ନେକ୍ସଟ ଗେଷ୍ଟ ନିଡସ ନୋ ଇଂଟ୍ରୋଡକ୍ସନ’ ପାଇଁ ସୁଟିଂ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More