Only for Entertainment

ସେପ୍ଟେମ୍ବରରେ ରାକେଶ ଶର୍ମାଙ୍କ ବାୟୋପିକର ସୁଟିଂ ଆରମ୍ଭ କରିବେ ଶାହରୁଖ?

times of india
0 29

ବଲିଉଡର ବାଦଶାହ ଶାହରୁଖ ଖାନ ନିଜ ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମକୁ ଶାହାରୁଖ ଖାନଙ୍କ ଫ୍ୟାନ୍ସ ମାନେ ଉତ୍ସାହର ଅପେକ୍ଷା କରିଛନ୍ତି । ଫିଲ୍ମର ଟିଜର ରିଲିଜ ହୋଇସାରିଛି ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଫିଲ୍ମ ପୋଷ୍ଟ ପ୍ରଡକ୍ସନ ପାଇଁ ପ୍ରସ୍ତୁତି ଚଳାଇଛି ।

ଖବର ମୁତାବକ ଶାହରୁଖ ଖାନ ନିଜର ଆଗାମୀ ଫିଲ୍ମ ‘ସାଲ୍ୟୁଟ’ର ସୁଟିଂ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଇଣ୍ଡିଆନ ଏୟାରଫୋର୍ସରେ ଥିବା ପୂର୍ବ ପାଇଲଟ ଏବଂ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ କାହାଣୀ ଉପରେ ଆଧାରିତ । ଏକ ମିଡିଆ ରିପୋର୍ଟ ମୂତାବକ ଶାହରୁଖ ଏହି ଫିଲ୍ମର ପ୍ରସ୍ତୁତି ସେପ୍ଟେମ୍ବରରୁ ଆରମ୍ଭ କରିବେ । ଏହାପରେ ସେ ଜିରୋ’ର ପ୍ରମୋଶନ ଆରମ୍ଭ କରିବେ ।

ରାକେଶ ଶର୍ମାଙ୍କ ବାୟୋପିକ ‘ସାଲ୍ୟୁଟ’କୁ ନିର୍ଦ୍ଦେଶନା କରିବେ ମହେଶ ମଥାଇ ଏବଂ ଏଥିରେ ଶାହରୁଖଙ୍କ ବିପକ୍ଷରେ ଅଭିନୟ କରିବେ କରୀନା କପୁର । ମାତ୍ର ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ କରାଯାଇନାହିଁ । ଅନୁମାନ ଲଗାଯାଉଛି ଯେ ଏହି ଫିଲ୍ମ ଆଗାମୀ ବର୍ଷରେ ରିଲିଜ କରାଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More