Only for Entertainment

ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରାଙ୍କ ଟ୍ୱିଟ ଦେଖି କିଙ୍ଗ ଖାନକୁ ଆସିଲା ରାଗ, କହିଲେ କିଛି ଏଭଳି !

India tv
52

ଶାହରୁଖ ଖାନ କିଛି ଦିନ ହେବ ଫିଲ୍ମ ଠାରୁ ଅଧିକ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ଫଟୋ ଏବଂ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । କିନ୍ତୁ ନିକଟରେ ଶାହରୁଖ ଖାନଙ୍କ ଏକ ଟ୍ୱିଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟରେ ଶାହରୁଖ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ଉପରେ ରାଗ ପ୍ରକାଶ କରୁଥିବାର ନଜର ଆସିଛନ୍ତି । ଶାହରୁଖ ଖାନଙ୍କ ଏହି ଟ୍ୱିଟ ତାଙ୍କର ଫ୍ୟାନ୍ସମାନଙ୍କୁ ଖୁବ ଚକିତ କରିପକାଇଛି । ଏହି ଟ୍ୱିଟରେ ଶାହରୁଖ କହିଛନ୍ତି ଯେ ସବୁ ଠିକ୍ ଯେ , ଯେତେବେଳେ କଥା କେଶ ଉପରକୁ ଆସେ ସେ ପର୍ସନାଲୀ ନେଇଯାଆନ୍ତି । କିନ୍ତୁ କିଙ୍ଗ ଖାନ ଏହି ଟ୍ୱିଟକୁ ବଡ ମଜାକିଆ ଅନ୍ଦାଜରେ ଲେଖିଛନ୍ତି ।

ଅସଲରେ ତାହିରା କଶ୍ୟପ ଶାହରୁଖଙ୍କ ସହ କିଛି ଫଟୋ ଶେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ଏହି ସିରିଜରେରେ ଲାଷ୍ଟ ଫଟୋ ରଖିବା ପାଇଁ (ସେ ବି କିଙ୍ଗ ଖାନଙ୍କ ଚମକଭରା କେଶ ସହ ଜବରଦସ୍ତ ପ୍ରତିଯୋଗିତା ଦେଉଛନ୍ତି) ତାହିରାଙ୍କ ଏହି କଥା ଉପରେ କିଙ୍ଗ ଖାନ ନିଜ ପ୍ରତିକ୍ରିୟାରେ ଶାହରୁଖଙ୍କ ମଜାଦାର ଟ୍ୱିଟ ଖୁବ ଧମାଲ ମଚାଇବାରେ ଲାଗିଛି । କିଙ୍ଗ ଖାନଙ୍କ ଏହି ଟ୍ୱିଟ ଦେଖି ଆୟୁଷ୍ମାନଙ୍କ ପତ୍ନୀ ତାହିରା ନିଜ ହସ ରୋକି ପାରିନଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ବଲିଉଡ କିଙ୍ଗ ଖାନ ନିକଟରେ ଟେଡଟକ୍ ଇଣ୍ଡିଆରେ ନଜର ଆସିଥିଲେ । ସେହିପରି ତାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଙ୍ଗ ଖାନ ଶେଷଥର ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ, ଯାହା ବକ୍ସଅଫିସରେ ଏତେମାତ୍ରାରେ କମାଲ କରି ପାରିନଥିଲା । ଏଥିରେ ତାଙ୍କ ସହ କ୍ୟାଟରୀନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More