Only for Entertainment

ଦୀପିକା ପାଦୁକୋନ ଏବଂ ଭିକି କୌଶଲଙ୍କ ପରେ ଋଷି କପୁରଙ୍କୁ ଦେଖା କରିବା ପାଇଁ ପହଁଚିଲେ ଶାହରୁଖ, ସାମ୍ନାକୁ ଆସିଲା ସୁନ୍ଦର ଫଟୋ

News Nation
6

ବଲିଉଡ ଅଭିନେତା ଋଫି କପୁର ଏବେ ନିଜର ଚିକିତ୍ସା ପାଇଁ ପତ୍ନୀ ନିତୁ କପୁରଙ୍କ ସହିତ ନ୍ୟୁୟର୍କରେ ଅଛନ୍ତି । ନ୍ୟୁୟର୍କରେ ଥାଇ ମଧ୍ୟ ଏହି କପଲ ନିଜ ଫ୍ୟାନ୍ସଙ୍କ ସହିତ ସୋସିଆଲ ମିଡିଆରେ ଯୋଡି ହୋଇ ରହିଛନ୍ତି । ତେବେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପାଇଁ ଅନେକ ସେଲିବ୍ରିଟି ତାଙ୍କୁ ନ୍ୟୁୟର୍କ ଯାଇ ସାକ୍ଷାତ ମଧ୍ୟ କରୁଛନ୍ତି । ଆଉ ଏହି ବିଷୟରେ ଋଷି କପୁରଙ୍କ ପତ୍ନୀ ନିତୁ କପୁର ଫଟୋ ସେୟାର କରି ସୂଚନା ଦେଇଥାନ୍ତି ।

ନିକଟରେ ନିତୁ କପୁର ଏ କ ଫଟୋ ସେୟାର କରିଛନ୍ତି ଏହି ଫଟୋରେ କିଙ୍ଗ ଖାନ ନିତୁ କପୁର ଏବଂ ଋଷି କପୁରଙ୍କ ସହିତ ନଜର ଆସିଛନ୍ତି । କିଛି ଦିନରୁ ଶାହରୁଖ ନ୍ୟୁୟର୍କରେ ଥିବା ବେଳେ ସେ ଋଷି କପୁରଙ୍କୁ ସାକ୍ଷାତ କରିବା ପାଇଁ ପହଁଚିଥିଲେ । ଏହି ସାକ୍ଷାତକାରର ଫଟୋ ନିତୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

View this post on Instagram

 

Such a fun evening with adorable @deepikapadukone .. gave lot of love n warmth 😍🥰

A post shared by neetu Kapoor. Fightingfyt (@neetu54) on

କହିରଖୁଛୁ ଯେ, ଶାହରୁଖ ଖାନଙ୍କ ପୂର୍ବରୁ ଦୀପିକା ପାଦୁକୋନ ଏବଂ ଅଭିନେତା ଭିକି କୌଶଲ ଋଷି କପୁରଙ୍କୁ ସାକ୍ଷାତ କରିବା ପାଇଁ ପହଁଚିଥିଲେ । ଏହାର ଫଟୋକୁ ନିତୁ ନିଜ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More