Only for Entertainment

ଡବ୍ଲ୍ୟୁଇଏଫରେ ଶାହାରୁଖ ସମ୍ମାନୀତ

Deccan Chronicle
0 45

ଡାଭୋସଠାରେ ସୋମବାର ଉଦଘାଟିତ ବିଶ୍ୱ ଅର୍ଥନୈତିକ ମଂଚ (ୱାର୍ଲ୍ଡ ଇକୋନୋମିକ ଫୋରମ ବା ଡବ୍ଲ୍ୟୁଇଏଫ)ରେ ବଲିଉଡ ବାଦଶାହା ଶାହାରୁଖ ଖାନ ସମ୍ମାନୀତ ହୋଇଛନ୍ତି । ତାଙ୍କୁ ଡବ୍ଲ୍ୟୁଇଏଫର ୨୪ତମ କ୍ରିଷ୍ଟାଲ ଆୱାର୍ଡ ପ୍ରଦାନ କରାଯାଇଛି । ଭାରତର ମହିଳା ଏବଂ ଶିଶୁଙ୍କ ଅଧିକାର ଲାଗି ଦୃଢ ନେତୃତ୍ୱ ଗ୍ରହଣ କରିଥିବା ଯୋଗୁ ଶାହାରୁଖଙ୍କ କ୍ରିଷ୍ଟାଲ ପୁରସ୍କାର ପ୍ରଦାନ କରାଯାଇଛି । ଶାହାରୁଖଙ୍କ ସହ ହଲିଉଡ ଅଭିନେତା ଏଲଟନ ଜନ୍ ଏବଂ ଅଭିନେତ୍ରୀ କେଟ୍ ବ୍ଲାଂଚେଟ ମିଳିତ ଭାବେ ସମ୍ମାନୀତ ହୋଇଛନ୍ତି । ମନୋରଂଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ବିଶ୍ୱ ଦରବାରରେ ନିଜ ଦେଶ ପାଇଁ ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିଥିବା କଳାକାରମାନଙ୍କୁ ପ୍ରତିବର୍ଷ ଡବ୍ଲ୍ୟୁଇଏଫର କ୍ରିଷ୍ଟାଲ ଆୱାର୍ଡ ପ୍ରଦାନ କରାଯାଇଥାଏ । ତେବେ ଏଲଟନ ଏବଂ କେଟଙ୍କ ସହିତ ମିଳିତ ଭାବେ ଏହି ପୁରସ୍କାର ହାସିଲ କରିବାରେ ଗର୍ବିତ ଥିବା ପ୍ରକାଶ କରିଛନ୍ତି ଶାହାରୁଖ । ଏ ସମ୍ପର୍କରେ ଶାହାରୁଖ ଟୁଇଟ କରି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଏହି ପୁରସ୍କାର ହାସଲ କରିଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ମେଗାଷ୍ଟର ଅମିତାଭ ବଚ୍ଚନ, ମଲ୍ଲିକା ସାରାଭାଇ, ଏ.ଆର. ରେହମାନ, ଶବାନା ଆଜମୀ, ରବି ଶଙ୍କର, ଅମଜଦ ଅଲି ଖାନ ପ୍ରମୁଖ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More