Only for Entertainment

କ୍ରିଷ୍ଟମାସରେ ଛାଇବା ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’, ବଦଳିଲା ‘ଦ ଆକ୍ସିଟେଣ୍ଟାଲ ପ୍ରାଇମ ମିନିଷ୍ଟର’ ଏବଂ ‘ଆକ୍ୱାମ୍ୟାନ’ର ରିଲିଜ ଡେଟ ।

bollywood life
28

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’ ଏବେ ବକ୍ସ ଅଫିସରେ କାହା ସହିତ ଟକ୍କର ଦେବ ନାହିଁ । କିଙ୍ଗ ଖାନଙ୍କ ଏହି ଫିଲ୍ମ ‘ଦ ଆକ୍ସିଟେଣ୍ଟାଲ ପ୍ରାଇମ ମିନିଷ୍ଟର’ ଏବଂ ହଲିଉଜ ଫିଲ୍ମ ‘ଆକ୍ୱାମ୍ୟାନ’ ସହିତ ରିଲିଜ ହେବାର ଥିଲା ମାତ୍ର ଏବେ ଏହି ଦୁଇଟି ଫିଲ୍ମର ରିଲିଜ ଡେଟକୁ ପରିବର୍ତ୍ତନ କରାଯାଇଛି । ଏହାପରେ ଫିଲ୍ମ ଜିରୋ କ୍ରିଷ୍ଟମାସ ଅବସରରେ ଏକାକୀ ରିଲିଜ ହେବ ।

ଖବର ଅନୁସାରେ ଅନୁପମ ଖେରଙ୍କ ଫିଲ୍ମ ‘ଦ ଆକ୍ସିଟେଣ୍ଟାଲ ପ୍ରାଇମ ମିନିଷ୍ଟର’ର ରିଲିଜ ଡେଟରୁ ପରିବର୍ତ୍ତନ କରାଯାଇ ୧୪ ଡିସେମ୍ବର ରଖାଯାଇଛି । ସେହିପରି ହଲିଉଡ ଫିଲ୍ମ ‘ଆକ୍ୱାମ୍ୟାନ’ ୭ ଡିସେମ୍ବରରେ ପରଦାକୁ ଆସିବ । କହିରଖୁଛୁ ଯେ, ଶାହରୁଖ ଖାନ, କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ଷ୍ଟାରର ଫିଲ୍ମ ‘ଜିରୋ’ ୨୧ ଡିସେମ୍ବରରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ । ଫିଲ୍ମରେ ଶାହରୁଖ ଏକ ବାମନ ଭୂମିକାରେ ନଜର ଆସିବେ । ଯେ ଭାରତୀୟ ସିନେମାର ଦିୱାନା ।

‘ଦ ଆକ୍ସିଟେଣ୍ଟାଲ ପ୍ରାଇମ ମିନିଷ୍ଟର’ ଏବଂ ‘ଆକ୍ୱାମ୍ୟାନ’ର ରିଲିଜ ଡେଟରେ ପରିବର୍ତ୍ତନ ହେବା ପରେ ଶାହାରୁଖ ଖାନଙ୍କୁ ସିନେମା ଘରେ ଅଧିକ ସ୍କ୍ରିନ ମିଳିବ ଯାହା ଫିଲ୍ମ ପାଇଁ ଲାଭ ଦାୟକ ହେବ । ଶାହରୁଖ ଖାନଙ୍କ କିଛି ଫିଲ୍ମ ବକ୍ସ ଅଫିସରେ ଏତେ ସଫଳ ହୋଇନଥିବାରୁ ଦର୍ଶକ ଏହି ଫିଲ୍ମକୁ ନେଇ ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More