Only for Entertainment

୧୬ ବର୍ଷ ପରେ ନର୍ମାଣ ହେବ ସାହିଦ କପୁରଙ୍କ ଫିଲ୍ମ ‘ଇଶ୍କ ଭିସ୍କ’ର ସିକ୍ୱଲ, ଲିଡରେ ନଜର ଆସିବେ ସାନ ଭାଇ ଇଶାନ ଖଟ୍ଟର

DNA India
41

କିଛି ଦିନରୁ ସାହିଦ କପୁରଙ୍କ ଫିଲ୍ମ ‘ଇଶ୍କି ଭିସ୍କ’ର ସିକ୍ୱଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୬ ବର୍ଷ ପୂର୍ବେ ଏହି ଫିଲ୍ମ ଜରିଆରେ ହିଁ ସାହିଦ ବଲିଉଡରେ ପାଦ ରଖିଥିଲେ । ଏହି ଫିଲ୍ମରେ ସାହିଦଙ୍କ ଅପୋଜିଟରେ ଅମୃତା ରାଓ ନଜର ଆସିଥିଲେ । ଏହି ଫିଲ୍ମରେ ସାହିଦଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଏବେ ୧୬ ବର୍ଷ ପରେ ସାହିଦଙ୍କ ଏହି ହିଟ ଫିଲ୍ମର ସିକ୍ୱଲ ନର୍ମାଣ ଚର୍ଚ୍ଚାରେ ରହିଛି । ମିଡିଆ ରିପୋର୍ଟ ଅନୁସାରେ ସାହିଦ କପୁରଙ୍କ ଫିଲ୍ମ ଇଶ୍କ ଭିସ୍କର ସିକ୍ୱଲରେ ଲିଡ ରୋଲ ପାଇଁ ସାହିଦ ନୁହିଁନ୍ତି ବରଂ ତାଙ୍କ ସାନ ଭାଇ ଇଶାନ ଖଟ୍ଟରଙ୍କ ନାମ ସାମ୍ନାକୁ ଆସୁଛି । ଏହାକୁ ରମେଶ ତୁରାନୀ ପ୍ରଡ୍ୟୁସ କରିବେ।

shahid

ରିପୋର୍ଟ ଅନୁସାରେ ଫିଲ୍ମ ମେକର୍ସ ଏବେ ସ୍କ୍ରିପ୍ଟରେ କାମ କରୁଛନ୍ତି। ଏଥିରେ ନାୟକ ଭାବେ ଇଶାନଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି। ଏନେଇ ମେକର୍ସ ଇଶାନଙ୍କ ସହିତ କଥା ହୋଇଥିବା ଜଣାପଡ଼ିଛି।

ଯଦି ଇଶାନ ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ଦେଖିବାକୁ ଅପେକ୍ଷା ରହିବ ଯେ ଭାଇଙ୍କ ଚାର୍ମଙ୍କୁ ସେ କେତେ ଦୂର ବଜାଇ ରଖିପାରୁଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More