ସାହିଦ କପୁରଙ୍କ ସହ ଫିଲ୍ମ ହାଇଦରରେ ଅଭିନୟ କରିଥବା ସାକିବଙ୍କ ମୃତ୍ୟୁ, ଆତଙ୍କବାଦୀ ବୋଲି ହୋଇଛି ଠାବ !
ସାହିଦ କପୁରଙ୍କ ସହ ଫିଲ୍ମ ହାଇଦରରେ ଅଭିନୟ କରିଥବା ସାକିବଙ୍କ ମୃତ୍ୟୁ ହୋଇଛି । ସାକିବ ବିଲାଲ ଜଣେ ଆତଙ୍କୀ ବୋଲି ଜଣାପଡିଛି । ନିକଟରେ ଭାରତୀୟ ସେନା ମାନେ କାଶ୍ମୀର ଠାରେ ଆତଙ୍କବାଦୀଙ୍କ ଉପରକୁ ଆକ୍ରମଣ କରିଥିଲେ ଓ ସେହି ମୁହାଁମୁହିଁ ଭିତରେ ଆତଙ୍କବାଦୀଙ୍କୁ ମାରିଥିଲେ ଭାରତୀୟ ସେନା । ମୃତ ଆତଙ୍କବାଦୀଙ୍କ ଯାଂଚ କରିବା ପରେ ଜଣା ପଡିଥିଲା ଯେ ସେ ଭିତରେ ସାକିବ ମଧ୍ୟ ଅଛନ୍ତି । ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ମିତ ସୁପରହିଟ ଫିଲ୍ମ ହାଇଦରରେ ସାକିବ କେମିଓ ରୋଲ କରିଥିଲେ ।
I have a tragic news to share today.
Saqib Bilal ??acted in a very small role in Vishal Bharadwaj’s film #Haider, which had Tabu and Shahid Kapoor in lead roles.
Saqib’s body has been identified as one of the militants killed at the Mujgund encounter in the outskirts of Srinagar pic.twitter.com/8ijyIwtEfK— Soumyadipta (@Soumyadipta) December 12, 2018
ଶୁଣିବାକୁ ମିଳୁଛି ଯେ କିଛି ଦିନ ପୂର୍ବରୁ ହିଁ ସାକିବ ଆତଙ୍କବାଦୀ ସଂଗଠନ “ଲସ୍କର ଏ ତୈବା” ସହ ହାତ ମିଶାଇଥିଲା । ଅଗଷ୍ଟରେ ନିଜ ସାଙ୍ଗ ମାନଙ୍କ ସହ ନିଜ ଘରୁ ଗାୟବ ହୋଇଥିଲା ସାକିବ । କିଛି ଦିନ ପରେ ସାକିବର ଏକ ଫଟୋ ଆସିଥିଲା ଯେଉଁଥିିରେ ସାକିବର ହାତରେ ଏକ ଗନ ଥିବା ଦେଖିବାକୁ ମିଳିଥିଲା । ତାପରେ ସାକିବ ଏକ ଆତଙ୍କବାଦୀ ବୋଲି ପ୍ରମାଣ ହୋଇଥିଲା । ସାକିବର ମୃତ୍ୟୁ ପରେ ଏବେ ବଲିଉଡରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ ।