Only for Entertainment

‘କବିର ସିଂ’ର ସଫଳତା ପରେ ଫିସ ବଢାଇଲେ ସାହିଦ କପୁର, ଏବେ ଗୋଟିଏ ଫିଲ୍ମ ପାଇଁ ନେବେ ଏତେ କୋଟି

Hindustan Times
115

ବଲିଉଡ ଅଭିନେତା ସାହିଦ କପୁର ଏବଂ କିଆରା ଆଡଭାଣୀଙ୍କ ଫିଲ୍ମ ‘କବିର ସିଂ’ର କଲେକ୍ସନ ବକ୍ସ ଅଫିସରେ କମିବାର ନାଁ ନେଉ ନାହିଁ । ଫିଲ୍ମ ଏପର୍ଯ୍ୟନ୍ତ ୨୪୩ କୋଟି ଆୟ କରି ସାରିଛି ଏବଂ ଆଗକୁ ଏହି ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ଫିଲ୍ମର ସଫଳତାକୁ ନେଇ ସାହିଦ କପୁର ଖୁବ ଖୁସି ଅଛନ୍ତି ।

ରିପୋର୍ଟ ଅନୁସାରେ, ‘କବିର ସିଂ’ର ସଫଳତା ପରେ ଅଭିନେତା ସାହିଦ କପୁର ଏବେ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଫିସ୍ ବଢାଇବା ପାଇଁ ଚିନ୍ତା କରୁଛନ୍ତି । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ସାହିଦ କପୁର ଏବେ ୩୫ କୋଟି ନେବା ପାଇଁ ମନ ବନାଇଛନ୍ତି । କହିରଖୁଛୁ ଯେ, ଏପର୍ଯ୍ୟନ୍ତ ସାହିଦ ୧୦-୧୨ କୋଟି ନେଉଥିଲେ ।

କବିର ସିଂ ମାତ୍ର ୧୫ ଦିନରେ ପାଖାପାଖି ୨୫୦ କୋଟିରେ ପହଁଚିଛନ୍ତି । ଉରି ପରେ ଏହି ଫିଲ୍ମ ବର୍ଷର ସବୁଠାରୁ ବଡ ଫିଲ୍ମ ପ୍ରମାଣିତ ହୋଇଛି । ଫିଲ୍ମ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମରେ ସାହିଦ କପୁରଙ୍କ ଜବରଦସ୍ତ ଅଭିନୟ ପ୍ରତିଭା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More