Only for Entertainment

ପୁଅ ଜୈନ ସହ ଛୁଆ ସାଜିଲେ ଶାହିଦ କପୂର, ମସ୍ତି କରୁଥିବାର ଭିଡିଓ ଭାଇରାଲ !

39

ବଲିଉଡ ଅଭିନେତା ଶାହିଦ କପୂର ଯେତେ ବ୍ୟସ୍ତତା ମଧ୍ୟରେ ରୁହନ୍ତୁ ନା କାହିଁକି ନିଜ ପରିବାରକୁ ବହୁତ ସମୟ ଦିଅନ୍ତି । ଶାହିଦ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ଭଲ ବାଲାନ୍ସ କରନ୍ତି । ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ନିଜ ପୁଅ ଜୈନ ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ ଶାହିଦ ଅନେକ ଫିଲ୍ଟରର ବ୍ୟବହାର କରିଛନ୍ତ । ଜୈନ ଖୁବ କ୍ୟୁଟ ନଜର ଆସିଛନ୍ତି । ଭିଡିଓଟି ଶାହିଦ ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ କ୍ୟାପଶନରେ ଲେଖିଛନ୍ତି – #shadyboys । ବାପା-ପୁଅଙ୍କର ଏହି ଖାସ ବଣ୍ଡିଂକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

#shadyboys

A post shared by Shahid Kapoor (@shahidkapoor) on

ଏଠାରେ ଆମେ କହି ରଖୁଛୁ ଯେ ୨୦୧୫ରେ ମୀରାଙ୍କ ସହ ବିବାହ କରିଥିଲେ ଶାହିଦ । ଶାହିଦ ଗତ ବର୍ଷ ସେପ୍ଟେମ୍ବର ମାସରେ ପୁଅର ବାପା ହୋଇଥିଲେ । ଏହାପୂର୍ବରୁ ତାଙ୍କର ଏକ ଝିଅ ମୀଶା ଅଛି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଶାହିଦ ନିଜ ପୂର୍ବ ଫିଲ୍ମ ‘ବତି ଗୁଲ ମିଟର ଚାଲୁ’ରେ ନଜର ଆସିଥିଲେ । ଫିଲ୍ମ ବକ୍ସଅଫିସରେ କିଛି ଖାସ କମାଲ କରି ପାରିନଥିଲା । ଏବେ ସେ ଫିଲ୍ମ ‘କବୀର ସିଂ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ କିୟାରା ଆଡଭାଣୀ ନଜର ଆସିବେ ଏବଂ ଫିଲ୍ମ ୨୧ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More