Only for Entertainment

କବୀର ସିଂ ହିଟ ହେଉ ହେଉ ପତ୍ନୀଙ୍କ ସହିତ ପରଦାରେ ନଜର ଆସିବେ ଶାହିଦ । ସାମ୍ନାକୁ ଆସିଲା ଫଟୋ ।

bollywood tadka
51

ବଲିଉଡ ଆକ୍ଟର ଶାହିଦ କପୂର ଏବଂ ମୀରା ରାଜପୂତ ଦୁଇ ପର୍ଫେକ୍ଟ କପଲ । ମୀରା ଶାହିଦଙ୍କ ଠାରୁ ବୟସରେ ୧୪ ବର୍ଷ ସାନ । ଶାହିଦଙ୍କ ବୟସ ୩୮ ହୋଇଥିବା ବେଳେ ମୀରାଙ୍କ ବୟସ ୨୪ । ଦୁଇଜଣଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ଦୁଇଜଣଙ୍କୁ ଅଧିକାଂଶ ସମୟରେ ବିଭିନ୍ନ ସ୍ଥାନରେ ସ୍ପଟ ମଧ୍ୟ କରାଯାଏ । ଦୁଇଜଣଙ୍କର ସୁନ୍ଦର କେମେଷ୍ଟ୍ରି ସବୁବେଳେ ଦର୍ଶକଙ୍କୁ ଦେଖିବାକୁ ମିଳେ । ନିକଟରେ ଏହି କପଲଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହାକୁ ଶୁଣିବା ପରେ ଫ୍ୟାନ୍ସ ଖୁବ ଖୁସି ହୋଇଯିବେ ।

ଆଜ୍ଞା ହଁ ନିକଟରେ ଭାଇରାଲ ହେଉଛି ଶାହିଦ ଏବଂ ମୀରାଙ୍କ କିଛି ଫଟୋ । ଏହି ଫଟୋ ହେଉଛି ଏକ ସୁଟିଂ ସେଟର । ଦୁଇଜଣଙ୍କୁ ମେହବୁବ ଷ୍ଟୁଡିଓ ବାହାରେ ସ୍ପଟ କରାଯାଇଛି । ଧଳା ରଙ୍ଗର କୁର୍ତ୍ତାରେ ଶାହିଦ କୁଲ ନଜର ଆସିଥିବା ବେଳେ ମୀରାଙ୍କ ସିମ୍ପଲ ଲୁକ ତାଙ୍କୁ ଅଧିକ ସୁନ୍ଦର କରିଛି ।

ଖବର ଅନୁସାରେ ଏହା ଦୁଇଜଣଙ୍କର କୌଣସି ଅପକମିଂ ପ୍ରକଳ୍ପ । ଫଟୋ ଦେଖି ଜଣାପଡ଼ୁଛି ଏହି ଯୋଡ଼ି କୌଣସି ବିଜ୍ଞାପନରେ ନଜର ଆସିପାରନ୍ତି । ଯଦି ଏଭଳି ହୁଏ ତେବେ ଦୁଇଜଣଙ୍କୁ ପରଦାରେ ଏକା ସାଙ୍ଗରେ ଦେଖିବା ଖୁବ ଚମତ୍କାର ହେବ ।

ଶାହିଦ ଏବଂ ମୀରାଙ୍କ ଏହି ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି । ଫ୍ୟାନ୍ସ ମଧ୍ୟ ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ନିକଟରେ ଶାହିଦଙ୍କ ଫିଲ୍ମ ‘କବୀର ସିଂ’ ରିଲିଜ ହୋଇଛି । ଯେଉଁଥିରେ ଶାହିଦଙ୍କ ସହିତ ନଜର ଆସିଛନ୍ତି କିୟାରା ଆଡ଼ବାଣି । ଫିଲ୍ମ ୨୦୦ କୋଟିରୁ ଅଧିକ ବାଣିଜ୍ୟ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More