Only for Entertainment

ଆମୀର ଖାନଙ୍କ ଏହି ଫିଲ୍ମ ଛାଡ଼ି ଥିବାରୁ ଆଜି ମଧ୍ୟ ପଶ୍ଚାତାପ କରୁଛନ୍ତି ଶାହିଦ ।

46

ଶାହିଦ କପୂରଙ୍କ ଫିଲ୍ମ କବୀର ସିଂ ଏହି ମାସରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଶାହିଦଙ୍କ ସହିତ ନଜର ଆସିବେ କିୟାରା ଆଡ଼ବାଣି । ଶାହିଦ ତାଙ୍କର ଏହି ଅପକମିଂ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ଆମେ ଆଜି ଆଲୋଚନା କରୁଛୁ ସେହି ଫିଲ୍ମ ବିଷୟରେ ଯାହାକୁ ଛାଡ଼ି ଶାହିଦ କପୂର ଆଜି ପଶ୍ଚାତାପ କରୁଛନ୍ତି ।

 

ବାସ୍ତବରେ ଆମୀର ଖାନଙ୍କ ସୁପରହିଟ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ରେ ଶାହିଦ କପୂରଙ୍କୁ ସିଦ୍ଧାର୍ଥଙ୍କ ରୋଲ ଅଫର କରାଯାଇଥିଲା । ସିଦ୍ଧାର୍ଥ ଫିଲ୍ମରେ କରଣ ସିଙ୍ଘାଣିଆ ଚରିତ୍ରରେ ନଜର ଆସିଥିଲେ । କିନ୍ତୁ ଏହି ଚରିତ୍ର ପାଇଁ ଶାହିଦ ମନା କରି ଦେଇଥିଲେ । ୨୦୦୬ରେ ଏହି ଫିଲ୍ମ କେତେକ ପୁରସ୍କାରକୁ ନିଜ ନାମରେ କରିଥିଲା ।

ୱର୍କଫ୍ରଂଟ କଥା ଦି ଆଲୋଚନା କରିବା ତେବେ ଶାହିଦ କପୂର ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ଅର୍ଜୁନ ରେଡୀର ରିମେକରେ ନଜର ଆସିବେ । ଏହି ଫିଲ୍ମ ୨୧ ଜୁନକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More