ପୁଅର ନାମ Zain Kapoor ରଖିଲେ ଶାହିଦ, ଜାଣନ୍ତୁ କ’ଣ ଏହାର ଅର୍ଥ ।
ବଲିଉଡ ଅଭିନେତା ଶାହିଦ କପୁର ନିଜର ଟ୍ୱିଟର ଆକାଉଣ୍ଟରେ ନ୍ୟୁ ବର୍ନ ବେବି ନାମ ଘୋଷଣା କରିଛନ୍ତି । ଶାହିଦ ତାଙ୍କ ପୁଅର ନାମ Zain Kapoor ରଖିଛନ୍ତି । କହିରଖୁଛୁ ଯେ ୫ ସେପ୍ଟେମ୍ବରରେ ମିରା ରାଜପୁତ ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ ।
ପ୍ରଥମେ ଶାହିଦ ଏବଂ ମିରା ଦୁହିଁଙ୍କ ନାମର ପ୍ରଥମ ଅକ୍ଷରକୁ ଯୋଡି ଝିଅ ମିଶାର ନାମ ରଖିଥିଲେ । ଯାହା ଖୁବ ୟୁନିକ ଥିଲା । ଏବେ ଦୁହେଁ ପୁଅର ନାମକୁ ମଧ୍ୟ ୟୁନିକ ରଖିଛନ୍ତି । Zain ଏକ ଆରୋବିକ ଶବ୍ଦ ଯାହାର ଅର୍ଥ ବ୍ୟୁଟି ବା ସୁନ୍ଦର । ଏହାକୁ ଆପଣ ZAYN ନାମରେ ମଧ୍ୟ ପ୍ରୋନାଉନ୍ସ କରିପରିବେ ।
Zain Kapoor is here and we feel complete. Thank you for all the wishes and blessings. We are overjoyed and so grateful. Love to all. ❤️?
— Shahid Kapoor (@shahidkapoor) September 7, 2018
ଶାହିଦ କପୁର ଶୁକ୍ରବାର ଟ୍ୱିଟ କରି ନିଜ ପୁଅର ନାମକୁ ଘୋଷଣା କରିଥିଲେ, ‘Zain Kapoor ଆସିଯାଇଛନ୍ତି ଏବଂ ଆମର ପରିବାର ପୂରା ହୋଇଯାଇଛି । ଯେଉଁମାନେ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ଆମେ ସମସ୍ତ ଖୁସି ଅଛୁ ସମସ୍ତଙ୍କୁ ଭଲପାଇବା ।’