Only for Entertainment

ଅର୍ଜୁନ କପୁର ନୁହେଁ ସାଉଥର ଏହି ସୁପରହିଟ ଫିଲ୍ମର ରିମେକରେ ନଜର ଆସିବେ ଶାହିଦ

IBTimes India
0 44

ବଲିଉଡ ଅଭିନେତା ଶାହିଦ କପୁର ଖୁବ ଶୀଘ୍ର ସାଉଥର ସୁପରହିଟ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକରେ ନଜର ଆସିବେ । କିନ୍ତୁ ଶାହିଦଙ୍କ ପୂର୍ବରୁ ଫିଲ୍ମ ପାଇଁ ଅର୍ଜୁନଙ୍କ ନାଁ ସାମ୍ନାକୁ ଆସିଥିଲା । ଏବେ ଫିଲ୍ମ ନିର୍ମାତା ଶାହିଦଙ୍କୁ ଫିଲ୍ମ ପାଇଁ ଫାଇନାଲ କରିଛନ୍ତି ।

ତେଲଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ଗତ ବର୍ଷ ରିଲିଜ ହୋଇଥିଲା । ଏହାର କାହାଣୀ ଏକ ମେଡିକାଲ ଛାତ୍ର ଉପରେ ଆଧାରିତ । ତେବେ ଫିଲ୍ମର ବୋଲ୍ଡ କଂଟେଣ୍ଟ ପାଇଁ ଫିଲ୍ମକୁ ଅନେକ ଆଲୋଚନାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ପରେ ଫିଲ୍ମ ଜବରଦସ୍ତ ବ୍ୟବସାୟ କରିଥିଲା । ଏବଂ ଦର୍ଶକ ମାନେ ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।


ଏହି ଫିଲ୍ମର ହିନ୍ଦୀ ରିମେକକୁ ଅଶ୍ୱିନ ବଡେ ଏବଂ ମୁରାଦ ଖେତାନୀ ମିଳିତ ଭାବେ ନିର୍ମାଣ କରୁଛନ୍ତି । ଏବଂ ଶାହିଦଙ୍କ ନାଁ ଫାଇନାଲ ହେବାପରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଂ ଭାରତ ଏବଂ ଭାରତ ବାହାରେ କରାଯିବ ବୋଲି ସୂଚନା ମିଳିଛି । ଏହାର ସୁଟିଂ ଜୁଲାଇରୁ ଆରମ୍ଭ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଶାହିଦ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ୟାମୀ ଗୌତମ ମଧ୍ୟ ଲିଡ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More