Only for Entertainment

ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସାହିଦଙ୍କ ମହମ ପ୍ରତିମୂର୍ତ୍ତି, ଫଟୋ ସୋୟର କରି ଲେଖିଲେ…

Filmydrama
11

ସିଙ୍ଗାପୁରରେ ମାଡାମ ତୁଷାଦ ମ୍ୟୁଜିୟମରେ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ  ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ଫଙ୍କସନରେ ସାହିଦ ନିଜ ପତ୍ନୀ ମୀରା ରାଜପୁତଙ୍କ ସହିତ ପହଞ୍ଚିଥିଲେ। ସାହିଦ ଏଠାରେ ନିଜ ମହମ ପ୍ରତିମା ସହ ଫଟୋ ପୋଜ୍ ଦେଇଥିବା ନଜର ଆସିଛନ୍ତି। ସାହିଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଯେଉଁଥିରେ ସେ ଏକ ସୁନ୍ଦର କ୍ୟାପସନ ବି ଦେଇଛନ୍ତି।

ଇନଷ୍ଟାଗ୍ରାମରେ ସାହିଦ୍ ଏହି ଫଙ୍କସନର ବିଭିନ୍ନ ପ୍ରକାର ଫଟୋ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି। ଏହା ସହିତ ସେ ଏହି ଫଟୋରେ କ୍ୟାପସନ ଦେଇଛନ୍ତି  ‘ଟୁଇନ ‘।

 

 

View this post on Instagram

 

#twinning

A post shared by Shahid Kapoor (@shahidkapoor) on

ସାହିଦ ଏହି ଫଙ୍କସନର ଏକ ଲାଇଭ ଭିଡିଓ ରେକର୍ଡ କରି ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି। ସେ ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ କହିଛନ୍ତି, “ଏଠାକୁ ଆସି ମୋତେ ବହୁତ ଭଲ ଲାଗୁଛି। ଏହି ସ୍ଥାନ ଦେଇ ଯେତେବେଳେ ଆପଣ ମାନେ ଯାଆନ୍ତି ଏଠାରେ ସେହି ଲୋକମାନଙ୍କୁ ଦେଖିଥାନ୍ତି ଯେଉଁମାନଙ୍କୁ ଆପଣ ନିଜ ନିତିଦିନିଆ ଜୀବନରେ ଦେଖିଛନ୍ତି।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More