Only for Entertainment

ଇମ ତିୟାଜ ଅଲ୍ଲିଙ୍କ ଫିଲ୍ମ ଛାଡିଲେ ଶାହିଦ, ଜାଣନ୍ତୁ ଏହା ପଛର କାରଣ ।

DNA India
0 24

ଫିଲ୍ମ ନିର୍ଦ୍ଦେଶକ ଇମ ତିୟାଜ ଅଲ୍ଲିଙ୍କ ଫିଲ୍ମରେ ଅଭିନେତା ଶାହିଦ କପୁର ନଜର ଆସିବେ ବେଲି ଶୁଣିବାକୁ ମିଳିଥିଲା । ହେଲେ ଏବେ ସାହିଦ ଫିଲ୍ମରେ କାମ କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ପୁର୍ବରୁ ଅଲ୍ଲିଙ୍କ ସହ ସାହିଦ ଫିଲ୍ମ ‘ଜବ ଉଇ ମେଟ’ରେ ଏକାଠି ନଜର ଆସିଥିଲେ । ଏହା ଏପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ରହିଛି । ଆଉ ଥରେ ଏହି ସଫଳତାକୁ ଦୋହରାଇବାକୁ ଚେଷ୍ଟା କରୁଥିଲେ ଅଲ୍ଲି । ହେଲେ ହାତରେ ଏକାଧିକ ପ୍ରଜେକ୍ଟ ଥିବା କହି ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି ଶାହିଦ ।

ସୂଚନା ଅନୁସାରେ ଚଳିତବର୍ଷ ଆରମ୍ଭରୁ ଏହି ନୂଆ ଫିଲ୍ମରେ କାମ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଭଲ ପ୍ରଯୋଜକ ନ ମିଳିବାରୁ ଏହାର ସୁଟିଂ ଆରମ୍ଭ କରିପାରୁନଥିଲେ ନିର୍ଦ୍ଦେଶକ । ସୁଟିଂ ବିଳମ୍ବ ହେବା ଯୋଗୁଁ ଶାହିଦ ନିଜେ ଏହି ଫିଲ୍ମରୁ ଆଉଟ ହେଇଯାଇଛନ୍ତି । ଏବେ ସାହିଦ ‘ଅର୍ଜୁନ ରେଡି’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ତାଙ୍କ ହାତରେ ଆଉ ଦୁଇ ତିନୋଟି ଫିଲ୍ମ ସୁଟିଂ କରିବେ ବୋଲି ଜଣା ପଡିଛି । ଏପଟେ ଇମ ତିୟାଜଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲୈଲା ମଞ୍ଜୁନ’ର ଟ୍ରେଲର ମୁକ୍ତିଲାଭ କରିଛି । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିବା ଜଣା ପଡିଛି ।

ଶାହିଦ ଏବେ ନିଜର ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ବିଜୁଳି ବିଭାଗର ଭ୍ରଷ୍ଟାଚାର ଉପରେ ଆଦାରିତ । ଫିଲ୍ମ ୨୧ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More