‘ପଦ୍ମାବତ’ରେ ଦମଦାର ଅଭିନୟ ପାଇଁ ଶାହିଦଙ୍କୁ ମିଳିଲା ଦାଦା ସାହେବ ଫାଲକେ ଏକ୍ସଲେନ୍ସ ଆୱାର୍ଡ
ସଂଜୟ ଲୀଲା ଭଂସାଲୀଙ୍କ ବିବାଦିତ ଫିଲ୍ମ ‘ପଦ୍ମାବତ’ରେ ରାଜା ରତନ ସିଂଙ୍କ ଭୂମିକାରେ ଦମହାର ଅଭିନୟ ପାଇଁ ବଲିଉଡ ଅଭିନେତା ଶାହିଦ କପୁରଙ୍କୁ ଶନିବାର ଦିନ ଦାଦା ସାହେବ ଫାଲକେ ଏକ୍ସଲେନ୍ସେ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସିମୀ ଗ୍ରେବାଲଙ୍କୁ ଲାଇଫ ଟାଇମ ।ଚଭମେଣ୍ଟ ଆୱାଡରେ ସମ୍ମାନୀତ କରାଯାଇଛି ।
ଏହା ବ୍ୟତିତ ଶିଳ୍ପା ଶେଟ୍ଟୀଙ୍କୁ ବେଷ୍ଟ ରିୟଲିଟି ଶୋ ଜଜ୍, ଦିବ୍ୟା ଖୋସଲାଙ୍କୁ ଆଉଟଷ୍ଟାଣ୍ଡିଙ୍ଗ ସର୍ଟଫିଲ୍ମ୍ ‘ବୁଲବୁଲ’ ପାଇଂ ଏବଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ କଫି ୱିଥ କରଣ ଟିଭି ଶୋ’ର ପାଇଁ ବେଷ୍ଟ ହୋଷ୍ଟ ଆୱାର୍ଡରେ ସମ୍ମାନୀତ କରାଯାଇଛି ।
ଏମାନଙ୍କ ବ୍ୟତିତ ଟିଭି ଜଗତର ଅନେକ କଳାକାରମାନଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି ।