Only for Entertainment

ରାକେଶ ଶର୍ମାଙ୍କ ବାୟୋପିକ ଫିଲ୍ମ ସାରେ ଜାହାଁ ସେ ଅଚ୍ଛାରେ ନଜର ଆସିବେ ଶାହାରୁଖ ଖାନ ।

timesofindia.indiatimes.com
28

ରାକେଶ ଶର୍ମାଙ୍କ ବାୟୋପିକ ଫିଲ୍ମ ସାରେ ଜାହାଁ ସେ ଅଚ୍ଛାରେ ନଜର ଆସିବେ ସୁପର୍ଷ୍ଟାର ଶାହାରୁଖ ଖାନ । ପୂର୍ବରୁ ଏଥିରେ ଆମିରଙ୍କୁ କାମ କରିବା ପାଇଁ ଚୁଡାନ୍ତ କରାଯାଇଥିବା ବେଳେ ଏବେ ଏହି ଫିଲ୍ମର ଅଫର ସାହରୁଖ ଖାନଙ୍କ ହାତକୁ ଯାଇଛି । ଆଉ ସବୁଠାରୁ ବଡ କଥା ହେଲା ଯେ ଏହି ବାୟୋପିକରେ କାମ କରିବା ପାଇଁ ଆମିର ମନା କରିବା ପରେ ନିଜେ ହିଁ ଶାହାରୁଖ ଙ୍କୁ ଏହି ଫିଲ୍ମରେ କାମ କରିବାକୁ କହିଥିଲେ ଅମେିର । ଖବର ଅନୁସାରେ ଏଥିରେ କାମ କରିବାକୂ ହଁ କରିଦେଇଛନ୍ତି ଶାହାରୁଖ ଏବଂ ସ୍କ୍ରିପ୍ଟକୁ ମଧ୍ୟ ଶାହାରୁଖ ପସନ୍ଦ କରିସାରିଛନ୍ତି ଓ ଏହି ପ୍ରୋଜେକ୍ଟରେ କାମ କରିବା ପାଇଁ ସାଇନ କରିସାରିଛନ୍ତି । ଏଥିରେ ରାକେଶ ଶର୍ମାଙ୍କ ଲୁକ ନେବାକୁ ପଡିବ ଶାହାରୁଖ ଙ୍କୁ ଓ ଏଥିପାଇଁ ଶାହାରୁଖ ଙ୍କୁ ପ୍ରସ୍ତୁତ ହେବାକୁ ପଡିବ । ସୂଚନା ଅନୁସାରେ ଶାହାରୁଖ ଖାନଙ୍କୁ ଏହି ସବୁ ପାଇଁ ଆମେରିକା ଯାଇ ଟ୍ରେନିଂ ନେବେ । ଏହି ବାୟୋପିକ ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରେ ସୁଟିଂ ହେବାକୁ ଥିଲା କିନ୍ତୁ ଆନନ୍ଦ ଏଲ ରୟଙ୍କର ଫିଲ୍ମ ଜିରୋ ପାଇଁ ଏହାର ସୁଟିଂକୁ ଘୁଂଚାଇ ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More