Only for Entertainment

ଭାଇରାଲ ହେଉଛି ଶାହାରୁଖ ଖାନଙ୍କ ଦୂରଦର୍ଶନରେ ଆଙ୍କରିଙ୍ଗ କରୁଥିବା ୩୦ ବର୍ଷ ପୁରୁଣା ଭିଡ଼ିଓ

the lallontop
26

ଆଜି ଶାହାରୁଖ ଖାନ ବଲିଉଡର କିଙ୍ଗ ଖାନ । ତାଙ୍କୁ କିଏ ବା ନ ଜାଣେ । ପ୍ରତି ଘରେ ଘରେ ଏବଂ ପ୍ରତ୍ୟେକଟି ଦେଶରେ ସେ ପରିଚିତ । କିନ୍ତୁ ଏଭଳି ଦିନ ଥିଲା ଯେତେବେଳେ ତାଙ୍କୁ କେହି ଜାଣିନଥିଲେ । ବଲିଉଡରେ କ୍ୟାରିଅର କରିବା ପାଇଁ ଖୁବ ଷ୍ଟ୍ରଗଲ କରୁଥିଲେ ଶାହାରୁଖ । ନିକଟରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯାହା ୩୦ ବର୍ଷ ପୁରୁଣା ।ସେତେବେଳେ ସେ ଦୂରଦର୍ଶନରେ ଆଙ୍କରିଙ୍ଗ କରୁଥିଲେ ।

 


ଭିଡ଼ିଓରେ ଶାହାରୁଖ ଖାନ ଜଣେ ମହିଳା ଆଙ୍କରଙ୍କ ସହିତ ନଜର ଆସିଛନ୍ତି । ଭିଡ଼ିଓରେ ମହିଳା ଉପସ୍ଥାପିକା କହୁଛନ୍ତି ଏବେ କୁମାର ସାନୁ ପର୍ଫମ କରିବେ । ସେହି ସମୟରେ ଶାହାରୁଖ କହୁଛନ୍ତି ଇଏ ସେହି କୁମାର ସାନୁ ଯାହାଙ୍କ କଣ୍ଠ ସ୍ୱର କିଶୋରକ କୁମାରଙ୍କ ସହିତ ମିଶୁଛି । ଏହାପରେ ମହିଳା କହୁଛନ୍ତି ହଁ, କିନ୍ତୁ ତାଙ୍କ ଅନ୍ଦାଜ ଟିକେ ନିଆରା । ଏହାପରେ ଶାହାରୁଖ କୁମାର ସାନୁଙ୍କୁ ମଂଚ ଉପରକୁ ଡାକୁଛନ୍ତି । ତେବେ ୩୦ ବର୍ଷ ପୁରୁଣା ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More