Only for Entertainment

ଫିଲ୍ମ ସ୍କ୍ରିନିଂରେ ହୃଦୟ ଜିତିନେଲେ ଶାହାରୁଖ ଖାନ ।

36

ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କଫିଲ୍ମ ‘ଆର୍ଟିକଲ ୧୫’ ୨୯ ଜୁନ ଅର୍ଥାତ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ପୂର୍ବରୁ ମୁମ୍ବାଇରେ ଏହାର ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍କ୍ରିନିଂରେ ବଲିଉଡ ଏବଂ ଟିଭିର ଷ୍ଟାରମାନେ ପହଂଚିଥିଲେ । କିନ୍ତୁ ସମସ୍ତଙ୍କ ନଜର ସେହି ସମୟରେ ଅଟକିଗଲା ଯେତେବେଳେ ଶାହାରୁଖ ଖାନ ଜବରଦସ୍ତ ଏଂଟ୍ରି କଲେ ।

 

ସ୍କ୍ରିନିଂ ସମୟରେ ଆୟୁଷ୍ମାନ ଏବଂ ଶାହାରୁଖ ଖାସ ବଣ୍ଡିଂ ନଜର ଆସିଛି । କେବଳ ସେତିକି ନୁହେଁ ସ୍କ୍ରିନିଂରେ ପହଂଚିବା ମାତ୍ରେ ଶାହାରୁଖ ଖାନ ଆୟୁଷ୍ମାନଙ୍କୁ ହଗ କଲେ ।

ଫଟୋ ଦେଖି ଜଣାପଡ଼ୁଛି ଶାହାରୁଖଙ୍କୁ ଆୟୁଷ୍ମାନଙ୍କ ଫିଲ୍ମ ବେଶ୍ ପସନ୍ଦ ଆସିଛି । ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଆଟିକଲ ୧୫’ରେ ଆୟୁଷ୍ମାନ ଜଣେ ପୋଲିସ ଚରିତ୍ରରେ ନଜର ଆସିବେ । ଯଦିଓ ସେନ୍ସର ବୋର୍ଡ଼ ତରଫରୁ ଫିଲ୍ମକୁ ସବୁଜ ସଙ୍କେତ ମିଳିସାରିଛି ତଥାପି ଉତ୍ତର ପ୍ରଦେଶ ବ୍ରାହ୍ମଣ ମହାସଭା ଫିଲ୍ମକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More